fbpx
BJD SKY
BJD SKY

ଜରାୟୁ କର୍କଟ ପାଇଁ ସଞ୍ଜୀବନୀ: ସ୍ୱଦେଶୀ ଟିକା ପ୍ରସ୍ତୁତ କଲା ସେରମ ଇନଷ୍ଟିଚ୍ୟୁଟ, ଜାଣନ୍ତୁ କେତେ ରହିବ ଦାମ୍ ?

BJD

ନୂଆଦିଲ୍ଲୀ: ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନ୍ସର ପାଇଁ ବାହାରିଛି ଟିକା । ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କରିଛି ସେରମ ଇନଷ୍ଟିଚ୍ୟୁଟ । ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ । ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୪ ବର୍ଷର ଝିଅଙ୍କୁ ଦିଆଯିବ ଏହି ପ୍ରିକସନ ଟିକା । ଟିକା ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଟିକାର ଦର ଖୁବ୍ ଶୀଘ୍ର ନିର୍ଦ୍ଧାରଣ ହେବ ବୋଲି ପୁନାୱାଲା କହିଛନ୍ତି । ଟିକା ଦର ପାଖାପାଖି ୨ ଶହରୁ ୪ ଶହ ରହିବ ବୋଲି ପୁନାୱାଲା କହିଛନ୍ତି । ତାଙ୍କ କହିବା ମୁତାବକ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ ।

ତେବେ ଦେଶରେ ପ୍ରତି ୮ମିନିଟରେ ଜଣେ ମହିଳାଙ୍କ ମୃତ୍ୟୁ କେବଳ ଆଉ କେବଳ ଏହି ସର୍ଭିକାଲ କ୍ୟାନସର ପାଇଁ ହେଉଛି । ଏହା ଭିତରେ ଭ୍ୟାକସିନ ସଞ୍ଜିବନୀ କାମ ତୁଳାଇପାରେ । ସର୍ଭିକାଲ କ୍ୟାନସର ସଂଖ୍ୟାରେ ଭାରତ ଦୁନିଆ ୫ମ ସ୍ଥାନରେ ରହିଛି । ରାଜ୍ୟର ୧୦ ଜିଲ୍ଲାର ହାଇସ୍କୁଲରେ କିଶୋରୀଙ୍କୁ ଏଚପିଭି ଟିକା ଦେବା ପାଇଁ ଯୋଜନା ରହିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୨୨-୨୪ ମସିହା ଆଧାରରେ ଏହି ସମୂହ ଟିକା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଦୁଇଟି ଟିକା ନେବାକୁ ହେବ ବୋଲି ସୂଚନା ରହିଛି । ପ୍ରଥମ ଡୋଜ୍ ନେବାର ୬ ମାସରୁ ୧୨ ମାସ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ ।

Get real time updates directly on you device, subscribe now.