fbpx

ଦିଶାଙ୍କ ଜାଗା ନେବେ କି ଶ୍ରଦ୍ଧା?କଫି ୱିଥ୍ କରଣ ଶୋରେ କିଛି ଏପରି କହିଲେ ଟାଇଗର ଶ୍ରଫ…

ମୁମ୍ବାଇ: ବଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ହେଉଛନ୍ତି ଅଭିନେତା ଟାଇଗର ଶ୍ରଫ । ସେ ପରଦା ଉପରେ ଯେତିକି ଆକ୍ଟିଭ, ବାସ୍ତବ ଜୀବନରେ ସେତିକି ଶାନ୍ତ । ତେବେ ଅଭିନେତ୍ରୀ ଦିଶା ପଟାନୀଙ୍କ ସହ ବ୍ରେକଅପ ହେବା ପରେ ଟାଇଗର ନିଜର ସିଙ୍ଗଲ ଲାଇଫ ମେଣ୍ଟେନ କରୁଛନ୍ତି । ଏଥି ସହିତ ସେ ବର୍ତ୍ତମାନ ତାଙ୍କ ପାଇଁ ଏକ ନୂଆ ଜୀବନସାଥୀ ଖୋଜୁଛନ୍ତି। ଯାହାର ଖୁଲାସା ସେ ରିଆଲିଟି ଶୋ କଫି ୱିଥ୍ କରଣ ଶୋରେ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛି ।

ଟାଇଗର ଶ୍ରଫ କଫି ୱିଥ୍ କରଣ ଶୋ ସିଜନ ୭ର ନବମ ଏପିସୋଡରେ ଅତିଥି ଭାବରେ ନଜର ଆସିବାକୁ ଯାଉଛନ୍ତି । ଯେଉଁଥିରେ ଅଭିଶେକ ବଚ୍ଚନ ଏବଂ କୀର୍ତ୍ତି ସେନନ୍ ମଧ୍ୟ ନଜର ଆସିବେ । ତେବେ ଏହି ଶୋରେ ଟାଇଗର ନିଜ ଲଭ ଲାଇଫ ବିଷୟରେ କିଛି କଥା ଖୁଲାସା କରିବେ । ଯାହାର ପ୍ରମୋ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ତେବେ ଏହି ପ୍ରମୋ ଭିଡିଓରେ ଟାଇଗର ଶ୍ରଫ ନିଜ ରିଲେସନ ସିପ୍ ବିଷୟରେ କହିବା ସହ ବର୍ତ୍ତମାନ ସେ ସିଙ୍ଗଲ ଥିବା କହିଥିଲେ । ଏଥିସହିତ ସେ ଆହୁରୀ ମଧ୍ୟ କହିଥିଲେ ଯେ ସେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ପସନ୍ଦ କରୁଛନ୍ତି । ଏଥିସହିତ ଶ୍ରଦ୍ଧାଙ୍କ ପ୍ରତି ତାଙ୍କର ବହୁତ ଭଲ ପାଇବା ଥିବା ଅଭିନେତା ଟାଇଗର ଶ୍ରଫ କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛି ।

ଟାଇଗର କଫି ୱିଥ କରଣ ଶୋ ରେ କହିଥିଲେ ଯେ ଦିଶାଙ୍କ ସହ ବ୍ରେକଅପ ହେବା ପରେ ମୁଁ ସିଙ୍ଗଲ ରହିଛି । ଏଥିସହିତ ମୁଁ ମୋ ଜୀବନସାଥୀ ପାଇଁ କାହାକୁ ଖୋଜୁଛି । ତେବେ ଶ୍ରଦ୍ଧାଙ୍କ ପ୍ରତି ମୋର ଦୁର୍ବଳତା ଥିବା କହିଥିଲେ ହ୍ୟାଣ୍ଡସମ୍ ହଙ୍କ ଟାଇଗର ଶ୍ରଫ ।

Get real time updates directly on you device, subscribe now.