fbpx

ଚୀନ୍‌କୁ ଏକଘରିଆ କରିବାକୁ ପ୍ରସ୍ତୁତି! ଭାରତ, ଆମେରିକା, ସାଉଦୀ ଆରବ ଏବଂ ୟୁରୋପ ମଧ୍ୟରେ ହେବ ବଡ଼ ଚୁକ୍ତି

ନୂଆଦିଲ୍ଲୀ: ଭାରତ, ସାଉଦୀ ଆରବ, ୟୁଏଇ ଏବଂ ୟୁରୋପ ମିଶିକରି ରେଳ ଏବଂ ଜାହାଜ କରିଡର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ଦେଶ ଗୁଡ଼ିକ ଶନିବାର ଜି-୨୦ ସମ୍ମିଳନୀ ସମୟରେ ବାଣିଜ୍ୟ, ଏନର୍ଜୀ ଏବଂ ଡିଜିଟାଲ ଯୋଗାଯୋଗ ବଢାଇବା ଦିଗରେ ଆଲୋଚନା କରିବେ । ଆମେରିକା ଡେପୁଟି ସୁରକ୍ଷା ପରାମର୍ଶଦାତା ଜନ ଫାଇନର ଏହି ସୂଚନା ଦେଇଛନ୍ତି । ଏହି କଥାରୁ ଏହି ସଙ୍କେତ ମିଳୁଛି ଯେ, ଚୀନ୍‌କୁ ଅଣଦେଖା କରିବାକୁ ପ୍ରସ୍ତୁତି ଚାଲିଛି । ଏହି ନୂତନ ପ୍ରକଳ୍ପକୁ ମିଡିଲ ଇଷ୍ଟ କରିଡର ନାମ ଦିଆଯାଇ ପାରେ ।

ଶନିବାର ସାମ୍ବାଦିକ ମାନଙ୍କ ସହିତ ଆଲୋଚନା କରି ଫାଇନର କହିଛନ୍ତି ଏହି ପ୍ରୋଜେକ୍ଟ ଅନେକ ପ୍ରମୁଖ ଭିତ୍ତିଭୁମିର ଅଭାବକୁ ପୁରଣ କରିବ । ଏହି ପ୍ରୋଜେକ୍ଟକୁ ଏବେ ଚୀନ୍‌ର ବେଲ୍ଟ ଆଣ୍ଡ ରୋଡ୍ ଯୋଜନାର ଅପ୍ରତ୍ୟକ୍ଷ ଏବଂ ବିରୋଧରେ ପ୍ରୋଜେକ୍ଟ କରାଯାଉଥିବା ଆଲୋଚନା ହେଉଛି । ଫାଇନର ଏହା ମଧ୍ୟ କହିଛନ୍ତି ଯେ, ପଶ୍ଚିମ ଏସିଆରେ ବାଇଡେନ ସରକାରଙ୍କର ଏହା ପ୍ରଥମ ବଡ଼ ରଣନୈତିକ ପଦକ୍ଷେପ ।

ସେ କହିଛନ୍ତି ଯେ ବିଶ୍ୱର ତିନୋଟି ଅଞ୍ଚଳକୁ ସଂଯୋଗ କରୁଥିବା କରିଡର ସମୃଦ୍ଧତା ବୃଦ୍ଧି କରିବ । ଏହା ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ମଧ୍ୟରେ ଭିତ୍ତିଭୂମି ବ୍ୟବଧାନକୁ ଦୂର କରିବ । ଏହି ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ଆମେରିକା ସବୁକିଛି କରିଥିଲା ।

ଏହି ପରିଯୋଜନାକୁ i2u2 ମାଧ୍ୟମରେ କରାଯିବ । ଏଥିରେ ଇସ୍ରାଏଲ, ଭାରତ, ୟୁଏଇ ଏବଂ ଆମେରିକା ସାମିଲ ରହିବେ । ଏହା ସହିତ ଏହୁି ଚୁକ୍ତି ପରେ ଇସ୍ରାଏଲ ଏବଂ ସାଉଦୀ ଆରବ ମଧ୍ୟରେ ସମ୍ପର୍କ ସୁଧାର ଆଶା କରାଯାଉଛି । ଅଧିକାରୀ ମାନେ କହିଛନ୍ତି ଯେ, ଏଥିରେ ଇସ୍ରାଏଲ ଏକ ସ୍ପଷ୍ଟ ଅଂଶୀଦାର ହେବ ।

ଯେତେବେଳେ ବିଆରଆଇକୁ ଚୀନ୍‌ର ବିରୋଧ ବିଷୟରେ ପଚରାଗଲା, ଫାଇନର ଏହାକୁ ଏକ ସକରାତ୍ମକ ଏଜେଣ୍ଡା ବୋଲି କହିଛନ୍ତି । ସେ କହିଛନ୍ତି, “ଏହା ଶୂନ ରାଶି ନୁହେଁ । ଆମେ ଦେଶଗୁଡ଼ିକୁ ଶୂନ ରାଶି ବିକଳ୍ପ ବାଛିବା ପାଇଁ କହୁ ନାହୁଁ । ଏହା ଏକ ଉଚ୍ଚ ମୂଲ୍ୟର ପ୍ରସ୍ତାବ । ଆମେ ସଦସ୍ୟ ଦେଶମାନଙ୍କ ଉପରେ ଏହା ବାଧ୍ୟତାମୂଳକ ଲାଗୁ କରୁନାହୁଁ ।

Get real time updates directly on you device, subscribe now.