fbpx

ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ: ଶତକରୁ ବଞ୍ଚିତ ହେଲେ କେଏଲ ରାହୁଲ

AAKASH

ହାଇଦ୍ରାବାଦ: ହାଇଦ୍ରାବାଦରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ୫ ୱିକେଟ୍ ହରାଇ ୩୦୩ ରନ୍ କରିଛନ୍ତି । ଭାରତ ପକ୍ଷରୁ କେଏଲ୍ ରାହୁଲ ଭଲ ବ୍ୟାଟିଂ କରିଥିଲେ ହେଁ ସେ ୮୬ ରନ୍ କରି ଆଉଟ୍ ହୋଇ ଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୮୦, ରୋହିତ ଶର୍ମା ୨୪, ଶୁବମନ ଗିଲ ୨୩, ଶ୍ରେୟସ ଆୟର ୩୫ ରନ୍ କରିଥିଲେ ।

ରବୀନ୍ଦ୍ର ଜାଡେଜା ଓ ୱିକେଟକିପର ବ୍ୟାଟ୍ସମ୍ୟାନ୍ କେଏସ୍ ଭରତ କ୍ରିଜ୍ ରେ ଅଛନ୍ତି । ଇଂଲଣ୍ଡର ଟମ୍ ହାର୍ଟଲି ୨ଟି ୱିକେଟ୍ ନେଇଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଖେଳର ଦ୍ବିତୀୟ ଅଧିବେଶନ ଜାରି ରହିଛି ଏବଂ ଭାରତ ୫୭ ରନ୍ ର ଅଗ୍ରଣୀ ହାସଲ କରିଛି । ଇଂଲଣ୍ଡ ପ୍ରଥମ ଇନିଂସରେ ୨୪୬ ରନ୍ କରିଥିଲା ।

Get real time updates directly on you device, subscribe now.