fbpx
BJD
BJD SKY
BJD SKY

ପାର୍କ ବୁଲିବାକୁ ଯାଇଥିଲେ ବ୍ୟକ୍ତି, ରାସ୍ତାରେ ମିଳିଗଲା ଏପରି ଜିନିଷ ଯେ ନିମିଷକେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: କେତେବେଳେ ଭାଗ୍ୟ କାହା ସହ କେଉଁ ଖେଳ ଦେଖାଇବ ତାହା କେହି ବି କହିପାରିବେ ନାହିଁ । ଜଣେ ବ୍ୟକ୍ତିଙ୍କ ସହ ବିଲକୁଲ ଏପରି କିଛି ଘଟଣା ଘଟିଛି । ଏହି ବ୍ୟକ୍ତି ଜଣକ ସକାଳୁ ସକାଳୁ ପାର୍କ ବୁଲିବାକୁ ଯାଇଥିଲେ । କିନ୍ତୁ ରାସ୍ତାରେ ତାଙ୍କୁ ଏପରି ଜିନିଷ ମିଳିଗଲା କି ସେ ମାଲାମାଲ ହୋଇଗଲେ । ନିମିଷକ ମଧ୍ୟରେ ସେ ଲକ୍ଷପତି ପାଲଟିଗଲେ । ସେ ଜାଣି ନ ଥିଲେ କି ରାସ୍ତାରୁ ସେ ଯାହା ପାଇଛନ୍ତି ତାହାର ମୂଲ୍ୟ ଏତେ ଅଧିକ ବୋଲି । କିନ୍ତୁ ଯେତେବେଳେ ବିଶେଷଜ୍ଞ ତାଙ୍କୁ ସେହି ଜିନିଷର ମୂଲ୍ୟ ବତାଇଥିଲେ ସେତେବେଳେ ସେ ଖୁସିରେ ନାଚି ଉଠିଥିଲେ ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ ଫ୍ରାନ୍ସରେ ରହୁଥିବା ଜୁଲିଅନ୍ ନବାସ୍ ଫ୍ଲୋରିଡାରେ ଏକ ରକେଟ୍ ଲଞ୍ଚ ଦେଖିବା ପାଇଁ ଆମେରିକା ଯାଇଥିଲେ । ଏହି ସମୟରେ ତାଙ୍କ ବନ୍ଧୁ ନ୍ୟୁ ଅରଲିଅନ୍ସରେ ବୋରବାନ୍ ଷ୍ଟ୍ରୀଟ୍ ଦେଖିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ସମସ୍ତେ ସେହିଠାକୁ ଯାଉଥିଲେ ଏହି ସମୟରେ ଜାଣିପାରିଥିଲେ କି ରାସ୍ତାରେ କ୍ରେଟର ଅଫ୍ ଡାଇମଣ୍ଡ ଷ୍ଟେଟ୍ ପାର୍କ ପଡୁଛି । ଏହାପରେ ସମସ୍ତେ ଏହି ପାର୍କ ଯିବାକୁ ସ୍ଥିର କଲେ । ଏଠାରେ ସେମାନେ ଗୋଟିଏ ରାତି ରହିବାକୁ ମଧ୍ୟ ସ୍ଥିର କଲେ । ଏହି ପାର୍କ ହୀରାର ସନ୍ଧାନ ଲାଗି ପ୍ରସିଦ୍ଧ । ଜୁଲିଅନ ନବାସ ସକାଳେ ବନ୍ଧୁଙ୍କ ସହ ପାର୍କରେ ବୁଲୁଥିଲେ ଏହି ସମୟରେ ତାଙ୍କୁ ଚିକ୍ ଚିକ୍ କରୁଥିବା କିଛି ଏକ ଜିନିଷ ମିଳିଥିଲା । ସେ ଏହାକୁ କାଚ ଖଣ୍ଡ ଭାବିଥିଲେ ଓ ତାକୁ ନିଜ ପକେଟରେ ରଖିଥିଲେ । କିନ୍ତୁ ସେ ଜାଣି ନ ଥିଲେ କି ଏହା ତାଙ୍କ ଭାଗ୍ୟ ପୁରା ବଦଳାଇ ଦେବ ବୋଲି । ସେ ଯେତେବେଳେ ଏହାକୁ ବିଶେଷଜ୍ଞଙ୍କୁ ଦେଖାଇଥିଲେ ଜଣାପଡିଥିଲା କି ତାହା ୭.୪୬ କ୍ୟାରେଟର ଏକ ହୀରା ଖଣ୍ଡ । ଏହା ଜାଣିବା ପରେ ତାଙ୍କର ଖୁସିର ସୀମା ରହିଲା ନାହିଁ ।

ଜୁଲିଅନ କହିଛନ୍ତି ପାର୍କରେ ମାଟି ଖୋଳି ଖୋଳି ବି ଲୋକମାନେ ହୀରା ପାଉନାହାନ୍ତି । କିନ୍ତୁ ଏପରି ଅତର୍କିତ ହୀରା ପାଇଯିବା ନିଶ୍ଚିନ୍ତ ଭାବରେ ଭାଗ୍ୟର କଥା । ତେବେ ଏହା ପ୍ରଥମ ଥର ନୁହେଁ କି ପାର୍କରେ ଏପରି ଅଚାନକ କାହାକୁ ହୀରା ମିଳିଛି । ଗତ ଡିସେମ୍ବର ମାସରେ ବି ଜଣେ ବ୍ୟକ୍ତିଙ୍କୁ ୪.୮୭ କ୍ୟାରେଟ୍ ହୀରା ମିଳିଥିଲା ।

Get real time updates directly on you device, subscribe now.