fbpx
BJD SKY
BJD SKY

IND vs NED: ଭାରତର ଦ୍ଵିତୀୟ ମୁକାବିଲାରେ କେମିତି ରହିବ ପାଣିପାଗ, ସିଡନୀ ପିଚରେ କାହାକୁ ମିଳିବ ସହାୟତା

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଆଇସିସି ଟି-୨୦ ବିଶ୍ଵ କପରେ ନିଜର ଦ୍ଵିତୀୟ ମୁକାବିଲାରେ ନେଦରଲାଣ୍ଡକୁ ଭେଟିବ। ଏହି ମୁକାବିଲା ଆସନ୍ତକାଲି ପ୍ରତିଷ୍ଠିତ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ପାଣିପାଗ ସ୍ଵାଭାବିକ ରହିବ ବୋଲି କୁହାଯାଇଛି। ତେବେ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଖେଳର କିଛି ଦିନ ପୂର୍ବରୁ ଏଠାକାର ଆକାଶରେ ବାଦଲ ଛାଇ ରହିଛି।

ସିଡନୀରେ ମ୍ୟାଚ୍ ପାଇଁ ପାଣିପାଗ ଅନୁକୂଳ ରହିବାର ସମ୍ଭାବନା ରହିଛି। ବର୍ଷା ନେଇ ମଧ୍ୟ କୌଣସି ପୂର୍ବାନୁମାନ କରାଯାଇ ନାହିଁ। ଦିନର ତାପମାତ୍ରା ୧୮ ଡିଗ୍ରୀ ସେଲସିୟସରୁ କମ ରହିବ, ଯାହା ସନ୍ଧ୍ୟା ସମୟରେ ଅନୁକୂଳ ପରିବେଶ। ବାଦଲ ଛାଇ ରହିବାର ୧୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଆଦ୍ରତା ୬୦ ପ୍ରତିଶତର ଉଚ୍ଚସ୍ତରରେ ରହିବ ବୋଲି ଆଶା କରାଯାଉଛି। ତେବେ କିଛି ଦିନ ହେବ ସିଡନୀ ଆକାଶରେ ବାଦଲ ଛାଇ ରହୁଥିବାରୁ ଦୁଇ ଦଳ ପାଇଁ କିଛିଟା ଚିନ୍ତାର ବିଷୟ ହୋଇପାରେ।
ଇନସାଇଡସ୍ପୋର୍ଟ୍ସର ରିପୋର୍ଟ ଅନୁସାରେ, ପିଚ୍ ବ୍ୟାଟସମ୍ୟାନ ଉପଯୋଗୀ ରହିବ। ତେଣୁ ମ୍ୟାଚରେ ରନ ବର୍ଷା ହୋଇପାରେ। ଯେମିତି ଯେମିତି ମ୍ୟାଚ୍ ଆଗକୁ ବଢିବ ପିଚ୍ ବ୍ୟାଟସମ୍ୟାନଙ୍କ ପାଇଁ ଅନୁକୂଳ ହୋଇ ଚାଲିବ। ତେଣୁ ଦ୍ଵିତୀୟରେ ବ୍ୟାଟିଂ କରିବା ଦଳକୁ ଏହାର ଅଧିକ ଫାଇଦା ମିଳିପାରେ। ଫଳରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି।

ଭାରତ ଏବଂ ନେଦରଲାଣ୍ଡ ମଧ୍ୟରେ ମୁକାବିଲା ଅକ୍ଟୋବର ୨୭ ଗୁରୁବାର ଭାରତୀୟ ସମୟ ଦିନ ୧୨ଟା ୩୦ରୁ ଆରମ୍ଭ ହେବ। ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ପ୍ରଥମ ମୁକାବିଲାରେ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ହରାଇ ଭାରତ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି। ବିରାଟ କୋହଲିଙ୍କ ଅବିସ୍ମରଣୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି। ତେଣୁ ଆସନ୍ତାକାଲି ମ୍ୟାଚ୍ ଜିତି ବିଜୟଧାରା ବଜାୟ ରଖିବାକୁ ଚାହିଁବ।

Get real time updates directly on you device, subscribe now.