fbpx
BJD SKY
BJD SKY

ଧାମନଗର ଉପନିର୍ବାଚନ Update:ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ହେବ ଚଳିତ ଉପନିର୍ବାଚନ ମୂଳମନ୍ତ୍ର

BJD

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ପ୍ରେସମିଟ କରିଛନ୍ତି। ନଭେମ୍ବର ୧ ତାରିଖ ସନ୍ଧ୍ୟା ୬ଟାରେ ପ୍ରଚାର ସାରିବ ବୋଲି ସୂଚନା ଦେଇଛନ୍ତି। ୧୧୦୮ ଜଣ ପୋଲିଂ ଅଫିସରଙ୍କୁ ୨ ରାଉଣ୍ଡ ଟ୍ରେନିଂ ଦିଆଯାଇଛି। ୫୦ ପ୍ରତିଶତ ବୁଥରେ ୱେବ କାଷ୍ଟିଂ ହେବ। ୨ଜଣ କେନ୍ଦ୍ରେୀୟ ଅବଜରଭରଙ୍କୁ ଦାୟିତ୍ବ ଦିଆଯାଇଛି। ଅଭିଯୋଗ ପାଇଁ ମଧ୍ୟ ନମ୍ବର ଜାରି କାରାଯାଇଛି। ପୋଷ୍ଟାଲ ବାଲଟର ବ୍ଯବସ୍ଥା ହୋଇଛି। ସୁରକ୍ଷା ଦାୟିତ୍ବରେ ରାଜ୍ଯ ପୁଲିସର ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ୨ଟି ଲେଖାଏଁ ବିଏସଏଫ ଓ ସିଆରପିଏଫ ଫୋର୍ସ ମୁତୟନ ହେବେ ବୋଲି ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ବ ଦିଆଯଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.