fbpx
BSKY SKY
BSKY SKY

BIG BREAKING; ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

BSKY

ଓଡିଶା ଭାସ୍କର; ୨୦୨୩ ବିଶ୍ୱକପକୁ ନେଇ ଦମଦାର ପଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଏହି ମହାଲଢେଇରେ ଅଦ୍ୟପି କୌଣସି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇନାହିଁ ଭାରତ । ନିଜର ବୋଲି, ବ୍ୟାଟିଂ ସହ ଅନ୍ୟ ସବୁଥିରେ ସୁନ୍ଦର ବାତାବରଣ ରଖିଛି ଇଣ୍ଡିଆ ଟିମ୍ । ତେବେ ଆଜି ଧର୍ମଶାଳାରେ ଖେଳା ଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଛି ଭାରତ । ଭାରତ ସମ୍ମୁଖରେ ନ୍ୟୁଜିଲାଣ୍ଡ ରଖିଥିବା ୨୭୪ ରନକୁ ସଫଳତାର ସହ ହାସଲ କରିପାରିଛି ଟିମ୍ ଇଣ୍ଡିଆ । ଆହୁରି ହାତରେ ୪ ୱିକେଟ ଓ ୧୨ ବଲ ରହିଥିବା ବେଳେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ ।

ସୂଚନା ଥାଉକି, ପ୍ରଥମେ ଟସ ଜିତି ବୋଲିଂର ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଏହାପରେ ବିପକ୍ଷ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ୫୦ ଓଭରରେ ସମସ୍ତ ୱିକେଟ ହରାଇ ମୋଟ ୨୭୩ ରନ ସଂଗ୍ରହ କରିଥିଲା । ନ୍ୟୁଜିଲାଣ୍ଡ ଆରମ୍ଭରୁ ୨ଟି ୱିକେଟ ହରାଇ ସଂକଟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ୧୯ ରନ ଥିବା ବେଳେ ଦୁଇ ଓପନର ଦେୱନ କନୱେ ଓ ୱିଲ ୟଙ୍ଗଙ୍କ ୱିକେଟ ହରାଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ ଦମଦାର ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିବା ସହ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ମିଚେଲ ଦଳକୁ ୧୩୦ ରନ ଯୋଗାଇ ଦେଇଥିବା ବେଳେ ଶେଷ ଓଭରରେ ମହମ୍ମଦ ସମିଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ରବୀନ୍ଦ୍ର ଦଳକୁ ମୋଟ ୭୫ ରନ ଯୋଗାଇ ଦେଇଥିଲେ ।

ଅପରପକ୍ଷେ ମହମ୍ମଦ ଶାମି ଭାରତ ପାଇଁ ପାଞ୍ଚ ୱିକେଟ ନେଇଥିଲେ ଏବଂ କୁଲଦୀପ ଯାଦବ ଦୁଇଟି ୱିକେଟ ନେଇଥିଲେ । ସେହିପରି ଜଶପ୍ରୀତ ବୁମରା ଏବଂ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ ନେଇଥିଲେ। ଏହାପରେ ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଛି । ଆହୁରି ହାତରେ ୪ ୱିକେଟ ଓ ୧୨ ବଲ ହାତରେ ରହିଥିବା ବେଳେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୨୦୦୩ ପରେ ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତଠାରୁ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଯାଇଛି ଭାରତ । ଭାରତ ପକ୍ଷରୁ ରୋହିତ ଶର୍ମା ( ୪୬ ରନ), ଶୁଭମନ ଗିଲ (୨୬ରନ), ବିରାଟ କୋହଲି ୯୫ ରନ ଓ ଶ୍ରେୟସ ଆୟର ୩୩ ରନ କରିଥିବାବେଳେ କେଏଲ ରାହୁଲ ୨୭ରନ କରିଥିଲେ । ଶେଷରେ ରବୀନ୍ଦ୍ର ଜାଦେଜା (୩୫ ରନ) ଚୌକା ମାରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।

Get real time updates directly on you device, subscribe now.