ଏସିଆ କପ 2025: ଫାଇନାଲରେ ପ୍ରଥମ ଥର ପାଇଁ ମୁହାଁ ମୁହିଁ ହେବେ ଚିର ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ
ବାଂଲାଦେଶକୁ ହରାଇ ଫାଇନାଲରେ ପ୍ରବେଶ କଲା ପାକିସ୍ତାନ।
ଓଡିଶାଭାସ୍କର: ତୃତୀୟ ଥର ପାଇଁ ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ। ସୁପର ସଣ୍ଡେରେ ଖେଳାଯିବ ହାଇଭୋଲ୍ଟେଜ ମ୍ୟାଚ। ଦୁବାଇ ଷ୍ଟାଡିୟମରେ। ଟ୍ରଫି ପାଇଁ ପାକିସ୍ତାନକୁ କଡା ଟକ୍କର ଦେବାକୁ ପଡିଆକୁ ଓଲ୍ହାଇବା ସୁଯ୍ୟବାହିନୀ।
ଚଳିତ ଟୁର୍ନାମେଣ୍ଟରେ ଭରାତଠୁ ଦୁଇ ଦୁଇଟି ମ୍ୟାଚରେ ପରାଜୟ ବରଂ କରିବା ପରେ ଏବେ ଏସିଆ କପ ମୁକୁଟ ପାଇଁ ପାକିସ୍ତାନ କରିପାରେ କିଛି ନୂଆ ରଣନୀତି।
ତେବେ ଯଦି ଦେଖିବା ଆଜି ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଥିଲା ଏକପ୍ରକାର ସେମିଫାଇନାଲ ମ୍ୟାଚ। ଯିଏ ଜିତି ଥାନ୍ତା ସିଏ ଭାରତକୁ ଫାଇନାଲରେ ଭେଟିଥାନ୍ତା।
ଆଉ ଆଜିର ଏହି ଲୋ ସ୍କୋରିଙ୍ଗ ମ୍ୟାଚରେ ବାଂଲାଦେଶକୁ 11 ରନରେ ପରାସ୍ତ କରି ଫାଇନାଲର ଟିକେଟ ହାତେଇଛି ପାକିସ୍ତାନ ଟିମ।
ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ବାଂଲାଦେଶ। ଆଉ ବୋଲର ମାନଙ୍କର ଘାତକ ବୋଲିଂ ଯୋଗୁଁ କୋଡିଏ ଓଭରରେ ପାକିସ୍ତାନ 8 ଟି ୍ୱିକେଟ ହରାଇ ମାତ୍ର 135 ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସର୍ବାଧିକ 31 ରନ କରିଥିଲେ ମହମ୍ମଦ ହାରିସ। ବାଂଲାଦେଶ ତରଫରୁ ତସ୍କିନ ଅହମ୍ମଦ ସର୍ବାଧିକ 3 ଟି ୍ୱିକେଟ ନେଇଥିଲେ।
136 ରନର ଲକ୍ଷ୍ୟ ହାସଲ କରିବାକୁ ପଡିଆକୁ ଓଲ୍ହାଇଥିଲା ବାଂଲାଦେଶ। ଦଳ ପ୍ରଥମ ଓଭରରେ ଓପନର ପରଭେଜଙ୍କୁ ହରାଇଥିଲା। ଏହାପରେ ପାକିସ୍ତାନ ବୋଲର ମାନେ ଘାତକ ବୋଲିଂ କରିଥିଲେ। ଶେଷରେ ବାଂଲାଦେଶ 20 ଓଭରରେ 9 ଟି ୍ୱିକେଟ ହରାଇ 124 ରନ କରିପାରିଥିଲା। ଆଉ ଫାଇନାଲ ଦୌଡ଼ରୁ ବାଦ ପଡିଛି।
ତେଣୁ ଆସନ୍ତା ରବିବାର ଦୁବାଇ କ୍ରିକେଟ ଷ୍ଟାଡିୟମରେ ଏସିଆ କପ ଫାଇନାଲ ମ୍ୟାଚରେ ମୁହାଁ ମୁହିଁ ହେବେ ଭାରତ ଓ ପାକିସ୍ତାନ। କାରଣ ସୁପର 4 ର ଦୁଇଟି ମ୍ୟାଚରେ ଭାରତ ବିଜୟ ହାସଲ କରି ଫାଇନାଲରେ ନିଜର ସ୍ଥାନ ପକ୍କା କରିସାରିଛି।