fbpx

ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ : ଆସନ୍ତାକାଲି ରୋହିତଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇ ଟିମ୍ , ଜୋର୍‌ଦାର୍ ଅଭ୍ୟାସ କଲା ଟିମ୍ ଇଣ୍ଡିଆ

ଅହମଦାବାଦ: ଆସନ୍ତା ୬ ତାରିଖରେ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ କ୍ରିକେଟ ସିରିଜର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବାକୁ ଯାୁଥିବା ବେଳେ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଆହତ ଜନିତ ସମସ୍ୟାରୁ ମୁକୁଳିବା ପରେ ଅଧିନାୟକ ରୋହିତ ଶର୍ମା ଏହି ସିରିଜରେ ଅଧିନାୟକତ୍ୱ କରିବା ସହିତ ଭାରତର ବିଜୟ ପାଇଁ ବଡ ଭୂମିକା ତୁଲାଇବାକୁ ପଡିବ । କାରଣ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜରେ ଭାରତ ଶୋଚନୀୟ ପରାଜୟ ସ୍ୱିକାର କରିଛି । ତେବେ ଭାରତୀୟ ଦଳର ତିନି ପ୍ରମୁଖ ଖେଳାଳି ଶିଖର ଧାୱନ ,ଶ୍ରେୟସ ଆୟାର ଓ ଓପନର ଋତୁରାଜ ଗାଏକ୍ୱାଟ କରୋନାରେ ଆକ୍ରାନ୍ତ ହୋଇ ଥିବା ବେଳେ ଷ୍ଟାଣ୍ଡବାଇ ବୋଲର ନବଦୀପ ସାଇନ ମଧ୍ୟ ଚତୁର୍ଥ ଖେଳାଳି ଭାବେ ଏହି ମହାମାରୀ ଦ୍ୱାରା ସଂକ୍ରମିତ  ହୋଇଛନ୍ତି । ତେବେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ତିନି ଖେଳାଳି ଓ ଅନ୍ୟାନ୍ୟ ସପୋଟିଂ ଷ୍ଟାଫଙ୍କର ସାନି କରୋନା ପରୀକ୍ଷା ପରେ ନେଗେଟିଭ ରିପୋର୍ଟ ଆସି ଥିବାରୁ ଅଭ୍ୟାସ ସେସନରେ ସମସ୍ତେ ଉପସ୍ଥିତ ଥିଲେ । ଓପନର ଧାୱନ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଇଶାନ କିଶାନ ରୋହିତ ଶର୍ମାଙ୍କ ସହିତ ଇନିଂସ ଓପନିଂ କରିବେ ବୋଲି ଜଣା ପଡିଛି । ସେହି ରି ନିକଟରେ ଇଂଲଣ୍ଡ ବି କ୍ଷ ଘରୋଇ ଟି-୨୦ ସିରିଜରେ ବିଜୟୀ ହୋଇ ଥିବା କିରନ ପୋଲାର୍ଡଙ୍କ ନେତୃତ୍ୱାଧୀନ ୱେଷ୍ଟଇଣ୍ଡିଜ ଦଳ ମଧ୍ୟ ସୁରକ୍ଷିତ ପରିବେଶରେ ଅଭ୍ୟାସ ଜାରି ରଖିଛନ୍ତି ।

Get real time updates directly on you device, subscribe now.