fbpx

ଟ୍ରକ୍ ସହ ଧକ୍କା ହେଲା ଦ୍ରୁତ ଗତିରେ ଆସୁଥିବା କାର୍, ଘଟଣାସ୍ଥଳରେ ୫ ମୃତ

ରାମପୁର: ଉତ୍ତରପ୍ରଦେଶର ରାମପୁର ଠାରେ ବିଳମ୍ବିତ ରାତିରେ ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସୂଚନା ଯେ, ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଗୋଟିଏ ଟ୍ରକ୍ ସହିତ ଯାଇ ଖୁବ୍ ଜୋରରେ ଧକ୍କା ହୋଇଥିଲା । କାର୍ ରେ ଡ୍ରାଇଭର୍ ସମେତ ୬ ଜଣ ଥିଲେ । ଯେଉଁଥିରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣାରେ ଡ୍ରାଇଭର୍ ଗୁରୁତର ଆହତ ହୋଇଛନ୍ତି, ତାଙ୍କର ବର୍ତ୍ତମାନ ଚିକିତ୍ସା ଜାରି ରହିଛି ।

ଏହି ଦୁର୍ଘଟଣା ରାମପୁର ଜନପଦର ଟାଣ୍ଡା ଥାନା ଅଞ୍ଚଳରେ ଘଟିଛି । ତେବେ କାର୍ ରେ ଥିବା ୬ ଜଣ ଏକ ବିବାହ ଉତ୍ସବରେ ସାମିଲ ହେବା ପରେ ଘରକୁ ଫେରୁଥିଲେ । ସେମାନେ ମୁରାଦାବାଦ୍ ଫେରୁଥିଲେ । ଏହି ସମୟରେ ଡ୍ରାଇଭର୍ ଜଣକ କାର୍ ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ କାର୍ ଟି ଯାଇ ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ମୃତ ଦେହ ଗୁଡ଼ିକୁ ପୋଷ୍ଟ୍ ମଟମ୍ ପାଇଁ ପଠାଇଥିଲା ।

Get real time updates directly on you device, subscribe now.