fbpx

ଭୁଜାଲି ଦେଖାଇ ମାଛ ବ୍ୟବସାୟୀ ଲୁଟି, ଗାଡ଼ି ସହ ଦୁର୍ବୃତ୍ତ ନେଇଗଲେ ୪୫ ହଜାର ଟଙ୍କା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : ଗତକାଲି ବିଳମ୍ବିତ ରାତିରେ ବାଳକାଟୀ ଅଞ୍ଚଳର ଦୁଇ ମାଛ ବ୍ୟବସାୟୀ ଅରୁଣ କୁମାର ବେହେରା ଓ ତ୍ରିଲୋଚନ ବେହେରା ଲୁଟର ଶିକାର ହୋଇଛନ୍ତି । ସେମାନେ ୪୫ହାଜର ଟଙ୍କା ନିଜ ଗାଡି (ଓଡି-୦୨ବିଜି-୦୧୫୨) ଡିକିରେ ରଖି ୪ନମ୍ବର ମାଛ ମାର୍କେଟକୁ ବ୍ୟବସାୟ ପାଇଁ ଯାଉଥିବା ବେଳେ ଭୁବନେଶ୍ୱର କଳ୍ପନା ଛକ ନିକଟରେ ୪ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ । ସେମାନେ ଅଟକିବା ପରେ ଦୁବୃର୍ତ୍ତମାନେ ସେମାନଙ୍କୁ ଭୁଜାଲି ଦେଖାଇ ଟଙ୍କା ମାଗିଥିଲେ । ଉଭୟ ଭୟଭୀତ ହୋଇ ଗାଡି ଛାଡି ଦୌଡିଥିଲେ । ଦୁବୃର୍ତ୍ତମାନେ ସଙ୍ଗେ ସଙ୍ଗେ ତାଙ୍କ ଗାଡିକୁ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରେ ଅରୁଣ ଓ ତ୍ରିଲୋଚନ ସ୍ଥାନୀୟ ବରଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ଦୁବୃର୍ତ୍ତମାନଙ୍କ ପତ୍ତା ମିଳିନଥିବା ଜଣାପଡିଛି ।

Get real time updates directly on you device, subscribe now.