fbpx
BSKY
BJD MC SKY
BJD MS SKY

“ପିଲାଙ୍କ ପାଇଁ ବିଜ୍ଜନକ ନୁହେଁ ଓମିକ୍ରୋନ’, ସଂକ୍ରମିତ ପିଲାଙ୍କ ଠାରେ ସାମାନ୍ୟ ଜ୍ୱର ସହ ଥଣ୍ଡା ଲକ୍ଷଣ ଥାଏ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ପିଲାଙ୍କ ପାଇଁ ଆଦୌ ବି ଦଜନକ ନୁହେଁ ଓମିକ୍ରୋନ । ବର୍ତ୍ତମାନ ସୁଦ୍ଧା ଓମିକ୍ରୋନରେ କୌଣସି ପିଲା ଗୁରୁତର ହେବା ଘଟଣା ଜଣାପଡ଼ିନାହିଁ । ଯଦିଓ ଏଥିରେ ପିଲାମାନେ ସଂକ୍ରମିତ ହୋଇଛନ୍ତି ତେବେ ସେମାନଙ୍କୁ ସାମାନ୍ୟ ଜ୍ୱର ସହ ଥଣ୍ଡା ଧରୁଥିବା ଏକ ସର୍ଭେରୁ ଜଣାପଡ଼ିଛି । ସେମାନେ ଖୁବ୍‌ଶୀଘ୍ର ମଧ୍ୟ ସୁସ୍ଥ ହେଉଥିବାବେଳେ ଗୋଟିଏ ପିଲାଠାରୁ ଆଉ ଗୋଟିଏ ପିଲାକୁ ସଂକ୍ରମିତ ହେବାର ନଜିର ମଧ୍ୟ ଦେଖାଯାଇନାହିଁ । ଯେଉଁମାନେ ବି ସଂକ୍ରମିତ ହୋଇଛନ୍ତି ସେଥିମଧ୍ୟରୁ ୮୦ରୁ ୯୫ ପ୍ରତିଶତଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଇନାହିଁ । କାରଣ ଛୋଟ ପିଲାଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଥାଏ । କେବଳ ସେତିକି ନୁହେଁ ପିଲାଙ୍କ ପାଖରେ ବହୁବିଧ ରୋଗ ମଧ୍ୟ ନାହିଁ । ଏ କ୍ଷେତ୍ରରେ କୌଣସି ଅଭିଭାବକ ଭୟଭୀତ ହେବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ସୁନୀଲ ଅଗ୍ରୱାଲ କହିଛନ୍ତି ଯେ ୧୨ରୁ ୧୫ ବର୍ଷ ପିଲାଙ୍କୁ ଆସନ୍ତା ମାସରୁ ଜାଇକୋଭ-ଡି ଟିକା ପ୍ରଦାନ କରାଯିବ । ଏନେଇ ପାଇଲଟ ପ୍ରୋଜେକ୍ଟରେ ୭ଟି ରାଜ୍ୟକୁ ଅନୁମତି ପ୍ରଦାନ କରାଯାଇଛି । ଓଡ଼ିଶାକୁ ମଧ୍ୟ ଖୁବ୍‌ଶୀଘ୍ର ଅନୁମତି ମିଳିବ ବୋଲି ସେ କହିଛନ୍ତି । ସେହି ରି କରୋନା ଗାଇଡଲାଇନ ଅନୁଯାୟୀ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ କୌଣସି ମାସ୍କର ଆବଶ୍ୟକତା ନାହିଁ । ତେବେ ୫ରୁ ୧୨ ବର୍ଷ ପିଲା ଅଭିଭାବକଙ୍କ ତତ୍ତ୍ୱାବଧାନରେ ମାସ୍କ ପିନ୍ଧି ।ରିବେ । ଅଶ୍ୱସ୍ତି ଅନୁଭବ କଲେ ତାକୁ କାଢ଼ିଦେଇ ପାରିବେ । ତେବେ ୧୨ ବର୍ଷରୁ ଅଧିକ ପିଲା ମାସ୍କ ପିନ୍ଧିବା ଜରୁରି ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି ।

Get real time updates directly on you device, subscribe now.