fbpx

ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ ଦେଶ ଖେଳାଳି

ଭୁବନେଶ୍ୱର, ୧୯ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ-ୱେଷ୍ଟଇଣ୍ଡିଜ ଖେଳାଳି । ବିଶାଖପାଟଣାରୁ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଖେଳାଳି । ସେମାନେ ସ୍ୱତନ୍ତ୍ର ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହାପରେ କଡ଼ା ସୁରକ୍ଷା ଭିତରେ ହୋଟେଲ ମେ ଫେୟାର ଭିତରକୁ ଯିବେ । ୨୨ରେ ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଖେଳାଳିଙ୍କ ପାଇଁ ସେପଟେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ନେଇ ପ୍ରସ୍ତୁତି ଚାଲିଛି ।

ଅନ୍ୟପଟେ ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଯାଇଛି । ଧାଡିରେ ଠିଆ ହୋଇ ଟିକେଟ୍ ନେଉଛନ୍ତି ଶହ ଶହ କ୍ରିକେଟ୍ ପ୍ରେମୀ । ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ୍ ବିକ୍ରି ହେବ । ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ ନେଇପାରିବେ ।

Get real time updates directly on you device, subscribe now.