fbpx

୧୯୬୨ର ଭାରତ ନୁହେଁ, ୨୦୨୩ର ଭାରତ: ବୁଦ୍ଧି ଶିଖିବ ଚୀନ, ନିର୍ମାଣ ହେବ ସୁଡ଼ଙ୍ଗ ଓ ବର୍ଡର ପୋଷ୍ଟ, ବଢ଼ିବ ITBP ଶକ୍ତି

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚୀନ ଭାରତର ମୁଖ୍ୟ ଶତ୍ରୁ ଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ପାକିସ୍ତାନ ସହ ମିଶି ଭାରତ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହୁଛି ଚୀନ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବା ପାଇଁ ନୂଆ ନୂଆ ପଦକ୍ଷେପ ନେଉଛନ୍ତି । ନିକଟରେ କ୍ୟାବିନେଟ କମିଟି ଅନ୍ ସିକ୍ୟୁରିଟି (ସିସିଏସ) ବୈଠକରେ ଲଦ୍ଦାଖ ବର୍ଡର ସିଙ୍କୁଲା ଟନେଲ ନିର୍ମାଣକୁ ମଞ୍ଜୁରୀ ମିଳିଛି ।

ଏହି ଟନେଲ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୫ ସୁଦ୍ଧା ସମାପ୍ତ ହେବ । ଭାରତର ସୁରକ୍ଷା କ୍ଷେତ୍ରରେ ଏହି ଟନେଲର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସୁଡ଼ଙ୍ଗ ନିର୍ମାଣ ହେଲେ ଜରୁରୀକାଳୀନ ପରିସ୍ଥିତିରେ ଭାରତୀୟ ଯବାନଙ୍କ ନିକଟରେ ଖୁବ୍ ସମୟ ସମୟ ମଧ୍ୟରେ ସହାୟତା ପହଞ୍ଚି ପାରିବ । ଚୀନ ବହୁ ପୂର୍ବରୁ ବର୍ଡରରେ ନୂଆ ରାସ୍ତା ଓ ଟନେଲ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଲଦ୍ଦାଖର ଏହି ସୁଡ଼ଙ୍ଗର ଲମ୍ବ ୪.୧ କିମି ହୋଇଥିବା ବେଳେ ଏହାକୁ ନିର୍ମାଣ ପାଇଁ ୧୬୮୧ କୋଟି ଖର୍ଚ୍ଚ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

ଆଇଟିବିପି ବାଟାଲିଅନ ପ୍ରସ୍ତୁତ କରିବା ପାଇଁ ୯୪୦୦ ଯବାନଙ୍କୁ ନିଯୁକ୍ତି ଦିଆଯିବ । ଚୀନ ସୀମାରେ ୪୭ଟି ନୂଆ ଚୌକ ଓ ୧୨ଟି ଷ୍ଟେଜିଂ କ୍ୟାମ୍ପ ମଧ୍ୟ ପ୍ରତିଷ୍ଠା କରାଯିବ । ଗତ ୨୦୨୦ ମେ’ରେ ଅରୁଣାଚଳ ପ୍ରଦେଶର ତବାଙ୍ଗ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ହୋଇଥିବା ବିବାଦ ପରେ ଭାରତ ସରକାର ସଜାଗ ହୋଇଯାଇଛନ୍ତି । ୧୯୬୨ ମସିହାରେ ଚୀନ ଆକ୍ରମଣ ପରେ ଆଇଟିବିପି ପ୍ରତିଷ୍ଠା କରାଯାଇଥିଲା । ବର୍ତ୍ତମାନ ଆଇଟିବିପିରେ ୯୦ ହଜାର କର୍ମଚାରୀ ରହିଛନ୍ତି । ଅରୁଣାଚଳ ପ୍ରଦେଶରେ ଅଧିକ ସେନାକୁ ମୁତୟନ କରିବା ନେଇ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଗତ ୮ ବର୍ଷ ମଧ୍ୟରେ ସୀମାରେ ପହଞ୍ଚିବା ପାଇଁ ଅଲ ୱେଦର ସଡ଼କ ନେଟୱାର୍କ ସ୍ଥାପନ ହୋଇଛି । ବର୍ତ୍ତମାନ ୫ଟି ଟନେଲ ନିର୍ମାଣ ଚାଲିଥିବାବେଳେ ଖରା, ବର୍ଷା ଓ ଶୀତରେ ଯାନବାହନ ସହରେ ଚଳପ୍ରଚଳ କରିପାରିବ ।

Get real time updates directly on you device, subscribe now.