fbpx
BJD
BJD SKY
BJD SKY

WTC ଫାଇନାଲ ଜିତିବା ପାଇଁ ଭାରତକୁ ଭାଙ୍ଗିବାକୁ ପଡ଼ିବ ୧୨୧ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଜାରି ରହିଛି । ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୨୯୬ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ୪ ଉଇକେଟ୍ ହରାଇ ଅଷ୍ଟ୍ରେଲିଆ ଟିମ୍ ୧୨୩ ରନ୍ ସଂଗ୍ରହ କରିଛି । ଏବେ ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୨୧ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିବାକୁ ହେବ । ଏହି ରେକର୍ଡ ଓଭାଲ ଗ୍ରାଉଣ୍ଡରେ ସବୁଠୁ ବଡ଼ ଟାର୍ଗେଟ୍ ପିଛା କରି ଜିତିବାର ଅଛି । ୧୯୦୨ରେ ଇଂଲଣ୍ଡ ଏହି ଗ୍ରାଉଣ୍ଡରେ ୨୬୩ ରନ୍ ସ୍କୋର କରି ଇତିହାସ ରଚିଥିଲା । ଏହି ରେକର୍ଡକୁ ଏହାରି ମଧ୍ୟରେ ୧୨୧ ବର୍ଷ ବିତି ଗଲାଣି, ସେବେଠାରୁ ଏହି ରେକର୍ଡ ଅକ୍ଷୁଭର୍ଣ୍ଣ ରହିଛି । ନିଜେ ଇଂଲଣ୍ଡ ମଧ୍ୟ ଏହି ରେକର୍ଡକୁ ଭାଙ୍ଗି ପାରି ନାହିଁ ।

ଅଷ୍ଟ୍ରେଲିଆ ଏବେ ଏହି ସ୍କୋର୍‌କୁ ପାରି କରି ସାରିଛି । ମ୍ୟାଚ୍‌ର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଭାରତ ଆଗରେ ଅତି କମ୍‌ରେ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିବ । ବର୍ତ୍ତମାନ ସମୟରେ ୪୦୦ ରନ୍ ପିଛା କରିବା ବଡ଼ କଥା ନୁହେଁ । କିନ୍ତୁ ଦେଖିବାକୁ ପଡ଼ିବ ଭାରତ କିପରି ଭାବେ ଏହି ସ୍କୋରର ପିଛା କରୁଛି ।

ଏଭଳି ସ୍ଥିତିରେ ଏହି ଟାର୍ଗେଟ୍‌କୁ ପିଛା କରିବା ପାଇଁ ଭାରତକୁ ଅତି କମରେ ଚାରିଟି ସେସନ୍ ଆବଶ୍ୟକ ହେବ, ତେବେ ଟିମ୍ ଇଣ୍ଡିଆ କେବଳ ପ୍ରଥମ ଦୁଇ ସେସନ୍‌ରେ ଜିତିବା ପାଇଁ ଚିନ୍ତା କରିବ । ଯଦି ସେତେବେଳକୁ ଟିମ୍ ଇଣ୍ଡିଆ ହୃଦୟଙ୍ଗମ କରେ ଯେ ଅବଶିଷ୍ଟ ସମୟରେ ଏହି ଟାର୍ଗେଟକୁ ପିଛା କରିବା କଷ୍ଟକର, ତେବେ ରଣନୀତି ବଦଳାଇ ଭାରତ ଡ୍ର ଆଡକୁ ଯିବ ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆର ଆଖି ଯେକୌଣସି କ୍ଷେତ୍ରରେ ଏହି ମ୍ୟାଚ୍ ଜିତିବା ଉପରେ ରହିବ କାରଣ ପ୍ରଥମ ଦିନରୁ ଏହି ଦଳ ଭାରତ ଉପରେ ନିଜର ଆଭିମୁଖ୍ୟକୁ କଡାକଡି କରିଛି । ଯଦି ଅଷ୍ଟ୍ରେଲିଆ ଏଠାରୁ ପରାଜିତ ହୁଏ କିମ୍ବା ମ୍ୟାଚ୍ ଡ୍ରରେ ଶେଷ ହୁଏ, ତେବେ କଙ୍ଗାରୁ ଏହାକୁ ହଜମ କରିବାକୁ ସମର୍ଥ ହେବ ନାହିଁ ।

 

Get real time updates directly on you device, subscribe now.