fbpx
BJD SKY
BJD SKY

ଅଗଷ୍ଟରେ ହେବ CTET 2023 ପରୀକ୍ଷା, ଏପରି ଡାଉନଲୋଡ କରିପାରିବେ ସିଲାବସ୍

BJD

ନୂଆଦିଲ୍ଲୀ: ସିଟିଇଟି ୨୦୨୩ ପରିକ୍ଷା ପାଇଁ ଆବେଦନ କରୁଥିବା ଲୋକଙ୍କ ଅପେକ୍ଷା ଶେଷ ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ, ସିବିଏସଇ ଦ୍ୱାରା ସିଟିଇଟି ୨୦୨୩ ର ତାରିଖ ଘୋଷଣା କରାଯାଇଛି ।

ଚଳିତ ବର୍ଷ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ୧୭ ତମ ସଂସ୍କରଣ ଅଗଷ୍ଟରେ ଅନୁଷ୍ଠିତ ହେବ । ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍- ctet.nic.inକୁ ଯାଇ ପରୀକ୍ଷାର ବିବରଣୀ ଯାଞ୍ଚ କରିପାରିବେ ।

ସିଟିଇଟି ୨୦୨୩ ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ୨୭ ଏପ୍ରିଲ ୨୦୨୩ ରେ ଆରମ୍ଭ ହୋଇଥିଲା । ଏଥିରେ ଆବେଦନ ପାଇଁ ୨୬ ମଇ ୨୦୨୩ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ବର୍ତ୍ତମାନ ଜୁନିୟର ସ୍ତର ଏବଂ ପ୍ରାଇମେରୀ ସ୍ତର ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ପରୀକ୍ଷା ପାଇଁ ବିସ୍ତୃତ ସୂଚୀ ସିବିଏସ୍ଇ ଦ୍ୱାରା ଅଫିସିଆଲ୍ ୱେବସାଇଟ୍ ctet.nic.inରେ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇବ ।

Get real time updates directly on you device, subscribe now.