fbpx

ଏବେ ପ୍ରବାସୀ ଭାରତୀୟଙ୍କୁ ମିଳିବ ଭୋଟିଂ ଅଧିକାର ! ସିଇସି ରାଜୀବ କୁମାରଙ୍କ ସୂଚନା – କହିଲେ ଯୋଜନା ପ୍ରସ୍ତୁତ ଚାଲିଛି

ନୂଆଦିଲ୍ଲୀ : ଏଣିକି ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମତଦାନର ସୁବିଧା ମିଳିବ । କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏହାକୁ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି । ନିର୍ବାଚନ କମିଶନର ମୁଖ୍ୟ ରାଜୀବ କୁମାର ସୂଚନା ଦେଇ କହିଛନ୍ତି ଯେ, ଭାରତୀୟ ଲୋକତାନ୍ତ୍ରିକ ପ୍ରଣାଳୀରେ ପ୍ରବାସୀ ଭାରତୀୟଙ୍କ ଭୋଟ୍ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଛି । ଏହି ଦାବିକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।

ଇଣ୍ଡିଆ ଟୁ ଡେ ରିପୋର୍ଟ ଅନୁଯାୟୀ, ମୁଖ୍ୟ ନିର୍ବାଚନ ଆୟୋଗ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ପଞ୍ଚମ ସବୁଠୁ ବଡ ଅର୍ଥ ବ୍ୟବସ୍ଥା । ତେଣୁ ୧.୩୪ କୋଟି ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଭୋଟିଂ ପାଇଁ ଇଲେକ୍ଟ୍ରୋନିକ ବ୍ୟାଲେଡ୍ ସିଷ୍ଟମର ବ୍ୟବହାର କରାଯିବ ଉଚିତ୍ । ଏହା ସହ ସେ ଆହୁରି କରିଛନ୍ତି ଯେ, ଏହି ଯୋଜନାକ୍ୁ ସଫଳ ରୂପାନ୍ତର କରିବା ପାଇଁ ଆଇଏଫ୍ଏସ ଓ ବିଶ୍ୱସ୍ତରରେ ଥିବା ଦୂତବାସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ନିର୍ବାଚନ ଆୟୋଗର ମୁଖ୍ୟ ରାଜୀବ କୁମାର ଆହୁରି କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ସମଗ୍ର ବିଶ୍ୱରେ ଗଣତନ୍ତ୍ରର ଅଗ୍ରଗତିରେ ନିର୍ବାଚନ ସଂସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ସେ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏହି ଦାବି ହୋଇଆସୁଛି ଯେ ଏନଆରଆଇ ମାନଙ୍କୁ ମଧ୍ୟ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ଏବଂ ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଦିଆଯିବା ଉଚିତ, ଯାହା ପରେ ଏହି ଯୋଜନା ପ୍ରସ୍ତୁତି ଚାଲିଛି । ଏହି ବୟାନକୁ ନେଇ ରାଜୀବ କୁମାର ଏବେ ଚର୍ଚ୍ଚାରେ ରହିଛନ୍ତି ।

Get real time updates directly on you device, subscribe now.