fbpx
BJD
BJD SKY
BJD SKY

କ୍ୟାନସରର ଚିକିତ୍ସାରେ ଇସ୍ରାଏଲ୍ ଗବେଷକଙ୍କ ନୂଆ ସଫଳତା, ୯୦ ପ୍ରତିଶତ ରୋଗୀ ହୋଇସାରିଲେଣି ସୁସ୍ଥ

ନୂଆଦିଲ୍ଲୀ: କ୍ୟାନସର ଏପରି ଏକ ଭୟାବହ ରୋଗ ଯାହାର ନା ଶୁଣିବା ମାତ୍ରକେ ଆଖି ସାମ୍ନାରେ ମୃତ୍ୟୁର ଚିତ୍ର ହିଁ ଭାସି ଉଠେ । କିନ୍ତୁ ବହୁ ନୂତନ ଅଧ୍ୟୟନ ବଳରେ ଧୀରେ ଧୀରେ ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସଫଳତା ହାସଲ ହେଲାଣି । ଏବେ ଇସ୍ରାଏଲର ଚିକିତ୍ସକମାନେ ଏହି କ୍ୟାନସରର ଚିକିତ୍ସା ଦିଗରେ ଆଉ ଏକ ସଫଳତାଳ ହାସଲ କରିଛନ୍ତି ।

ବ୍ଲଡ୍ କ୍ୟାନସର ରିସର୍ଚ୍ଚ ଫଣ୍ଡ ଇଣ୍ଟରନ୍ୟାସନାଲର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧କୋଟି ୮୧ ଲକ୍ଷ ରହିଛି । ଏଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ୯୩ ଲକ୍ଷ ଓ ମହିଳାଙ୍କ ସଂଖ୍ୟା ୮୮ ଲକ୍ଷ ରହିଛି । ଇସ୍ରାଏଲ୍ ଜେରୁଜେଲମ୍ ସ୍ଥିିତ ହଦାସାହ ମେଡିକାଲ୍ ୟୁନିଭରସିଟି ସେଣ୍ଟରର ଚିକିତ୍ସା ବିଶେଷଜ୍ଞ ଘୋଷଣା କରିଛନ୍ତି ଯେ, ସେମାନେ କ୍ୟାନସରର ଚିକିତ୍ସାରେ ୯୦ ପ୍ରତିଶତ ସଫଳତା ହାସଲ କରି ପାରିଛନ୍ତି । ଏହି ବିଶେଷଜ୍ଞମାନେ ମଲ୍ଟିପଲ୍ ମାୟଲୋମା ନାମକ କ୍ୟାନସରର ଚିକିତ୍ସା ଦିଗରେ ଏହି ସଫଳତା ହାସଲ କରିଛନ୍ତି ।

ଏହି ମଲ୍ଟିପଲ୍ ମାୟଲୋମା ବ୍ଳଡ କ୍ୟାନସରର ଏକ ପରିବର୍ତ୍ତିତ ରୂପ । ଏହାର ଚିକିତ୍ସା ଅସମ୍ଭବ ବୋଲି କୁହାଯାଉଥିଲା । ଏହି ରୋଗର ଚିକିତ୍ସାରେ ସଫଳତା ହାସଲ ପରେ ବିଶେଷଜ୍ଞ କହିଛନ୍ତି, ଏହା କ୍ୟାନସର ରୋଗୀଙ୍କ ଚିକିତ୍ସାରେ କ୍ରାନ୍ତି ଆଣିପାରିବ । ହଦାସାହ ମେଡିକାଲ୍ ୟୁନିଭରସିଟି ସେଣ୍ଟରର ମୁଖ୍ୟ ପ୍ରଫେସର ପୋଲିନା ଷ୍ଟେପାନସ୍କି କହିଛନ୍ତି ଏବେ କ୍ୟାନସର ରୋଗରେ ପୀଡିତ ବ୍ୟକ୍ତିିଙ୍କୁ ସଂପୂର୍ଣ୍ଣ ଭାବରେ ସୁସ୍ଥ କରିହେବ । ସେ କହିଛନ୍ତି ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି ସେଲ୍ (ସିଏଆର-ଟି)ର ଉପଯୋଗ କରି କ୍ୟାନସରକୁ ନିପାତ କରିହେବ । ଏହାଦ୍ୱାରା ରୋଗୀ ଆହୁରି ବହୁ ବର୍ଷ ବଞ୍ଚିଯାଇ ପାରିବ ।

ମଲ୍ଟିପଲ୍ ମାୟଲୋମା ଏକ ପ୍ରକାର ପ୍ଲାଜମା ଟିସୁ କ୍ୟାନସର । ପ୍ଲାଜମା ଟିସୁ ହ୍ୱାଇଟ୍ ବ୍ଲଡ୍ ଟିସୁ ଅଟେ । ଏହା ଶରୀରରେ ଆଣ୍ଟିବଡି ତିଆରି କରିବାରେ ସହାୟକ ହୋଇଥାଏ । ଏହା ବ୍ୟକ୍ତିକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ଏହି ମାୟଲୋମା କ୍ୟାନସରରେ ଟିସୁ ଅଧିକ ବଢିଥାଏ । ଏହା ରେଡ୍ ବ୍ଲଡ୍ ସେଲ୍ରେ ପ୍ଲେଟେଲେଟସ୍ ଓ ଅନ୍ୟ ହ୍ୱାଇଟ୍ ବ୍ଲଡ୍ ସେଲ୍ ତିଆରି କରିବାରେ ସହାୟକ ହୋଇଥାଏ ।
ଏହି ସଫଳତା ପରେ ଏବେ ଜେରୁଜଲମ୍ ମେଡିକାଲ୍ ସେଣ୍ଟରରେ ଚିକିତ୍ସିତ ହେବା ଲାଗି କ୍ୟାନସର ରୋଗୀଙ୍କ ଆଗ୍ରହ ବଢିବାରେ ଲାଗିଛି । ଏବେ ଏହି କେନ୍ଦ୍ର ନିକଟରେ ୨୦୦ରୁ ଅଧିକ ରୋଗୀ ୱେଟିଂ ଲିଷ୍ଟରେ ଅଛନ୍ତି ବୋଲି କହିଛନ୍ତି ପ୍ରଫେସର ପୋଲିନା ଷ୍ଟେପାନସ୍କି ।

 

Get real time updates directly on you device, subscribe now.