fbpx

ଚନ୍ଦ୍ରଯାନ-୩ ଲଞ୍ଚ କରି ଇତିହାସ ରଚିବ ଭାରତ, ଜାଣନ୍ତୁ ଇସ୍ରୋ ସାଇକେଲରୁ କିପରି ଚନ୍ଦ୍ରରେ ପହଞ୍ଚିଲା

Advertisement

ନୂଆଦିଲ୍ଲୀ : ଶୁକ୍ରବାର ଅର୍ଥାତ ଜୁଲାଇ ୧୪ରେ ଇଣ୍ଡିଆନ ସ୍ପେସ ରିସର୍ଚ ଅର୍ଗାନାଇଜେସନ୍ (ଇସ୍ରୋ)ର ଚନ୍ଦ୍ରଯାନ-୩ ମିଶନ ଆରମ୍ଭ ହେବାକୁ ଯାଉଛି । ଏହା ଶ୍ରୀହରିକୋଟା ଦ୍ୱିତୀୟ ଲଞ୍ଚ୍ ପ୍ୟାଡ଼ରୁ ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଉତକ୍ଷେପଣ ହେବ । ଯାହାକୁ ନେଇ ସାରା ଦେଶ ଉତ୍ସାହିତ ଥିବା ସହ ଏହା କେତେବେଳେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷାରେ ଅଛନ୍ତି ।

ତେବେ ଆପଣମାନେ ଜାଣିଛନ୍ତି କି ଇସ୍ରୋ କଣ ଓ ଏହା କେବେ ଆରମ୍ଭ ହୋଇଥିଲା, ଆସନ୍ତୁ ଜାଣିବା-
ଇସ୍ରୋ ହେଉଛି ଭାରତର ଅନ୍ତରୀକ୍ଷ ସଂସ୍ଥା । ଏହି ସଂଗଠନ ଭାରତ ଓ ମାନବ ଜାତିର ବିକାଶ ପାଇଁ ବିଜ୍ଞାନ, ଇଂଜିନିୟରିଂଗ ଓ ଟେକ୍ନୋଲୋଜି ସହ ଜଡିତ । ଏହା ଅଗଷ୍ଟ ୧୫, ୧୯୬୯ମସିହାରେ ବାଙ୍ଗାଲୋର ଠାରେ ଆରମ୍ଭ ହୋଇଥିଲା । ସେହି ସମୟରେ ବୈଜ୍ଞାନିକମାନଙ୍କୁ ଯୋଗାଯୋଗ କରିବା ପାଇଁ କୌଣସି ସମ୍ବଳ ନଥିଲା । ଏହା ସହ କିଛି ବୈଜ୍ଞାନିକ ଓ ଅଳ୍ପ ପାଣ୍ଠି ଦ୍ୱାରା ଗବେଷଣା କରିବା ସହ ପ୍ରଥମ ରକେଟ ଉତକ୍ଷେପଣ ପାଇଁ ଏହାର ଅଂଶ ଗୁଡିକୁ ସାଇକେଲ ମାଧ୍ୟମରେ ନେବା ଆଣିବା କରୁଥିଲେ । ବର୍ତ୍ତମାନ ୫୦ ବର୍ଷରୁ ଅଧିକ ସମୟ ପରେ ଭାରତ ଏବେ ଚନ୍ଦ୍ର, ମଙ୍ଗଳ ଏବଂ ଅନ୍ୟ ସ୍ଥାନ ଗୁଡ଼ିକୁ ରକେଟ ଉତକ୍ଷେପଣ କରୁଛି ।

ତେବେ ଇସ୍ରୋର ପ୍ରଥମ ଚନ୍ଦ୍ରାଯାନ ମିଶନ ଅକ୍ଟୋବର ୨୨, ୨୦୦୮ରେ ଶ୍ରୀହରିକୋଟା ଠାରେ ଆରମ୍ଭ ହୋଇଥିଲା । ଏହି ମହାକାଶାନ ଚନ୍ଦ୍ରର ରାସାୟନିକ, ମିନେରାଲୋଜିକାଲ ଓ ଭୌଗୋଳିକ ଫଟୋ ମ୍ୟାପିଙ୍ଗ କରିବା ପାଇଁ ଚନ୍ଦ୍ରପୃଷ୍ଠ ଠାରୁ ୧୦୦କିମି ଦୂରରେ ଚନ୍ଦ୍ରର ଚାରିଟେ ଘୁରି ବୁଲୁଥିଲା । ଏହାର ସଫଳ ଅବତରଣ ପରେ ମେ ୨୦୦୯ରେ ଏହାର କକ୍ଷପଥକୁ ୨୦୦ କିମି ଉଚ୍ଚତାକୁ ବୃଦ୍ଧି କର।ଯାଇଥିଲା । ଏହି ଉପଗ୍ରହଟି ୩୪୦୦ରୁ ଅଧିକ କକ୍ଷପଥ ଅତିକ୍ରମ କରିବା ପରେ, ଏହା ସହ ଯୋଗାଯୋଗ ବିଛିନ୍ନ ହେବ ଫଳରେ ଅଗଷ୍ଟ ୨୯, ୨୦୦୯ରେ ଏହି ମିଶନ ଶେଷ ହୋଇଥିଲା ।

ସେହିପରି ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨, ଜୁଲାଇ ୨୨, ୨୦୧୯ ରେ ଏଲଭିଏମ୩-ଏମ୧ ରକେଟ ମହାକାଶକୁ ପଠଯାଇଥିଲା । ଏହି ମିଶନରେ ୨୦ ଅଗଷ୍ଟ ୨୦୧୯ ରେ ରକେଟଟି ଚନ୍ଦ୍ରର କକ୍ଷଥରେ ହଞ୍ଚି ବିକ୍ରମ ଲ୍ୟାଣ୍ଡର ଅବତରଣ ପାଇଁ କକ୍ଷପଥ ପୋଜିସନିଂଗ ମନିଭର୍ ଆରମ୍ଭ କରିଥିଲା । ଲ୍ୟାଣ୍ଡର ଓ ରୋଭର ସେପ୍ଟେମ୍ବର ୬, ୨୦୧୯ରେ ଚନ୍ଦ୍ରର ଦକ୍ଷିଣ ପୋଲାର ଅଞ୍ଚଳରେ ଅବତରଣ କରିବାର ଥିଲା । କିନ୍ତୁ ଅବତରଣ କରିବା ସମୟରେ ତାହା କକ୍ଷଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

Get real time updates directly on you device, subscribe now.