fbpx

ଧନୀ ରାଷ୍ଟ୍ରଙ୍କ ଠାରୁ ଭାରତ ଆଦାୟ କରିବ ବାର୍ଷିକ ୭ଲକ୍ଷ କୋଟି!

ବୋନ୍‌: ଦିନକୁ ଦିନ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ବିଶେଷଭାବେ ଭାରତୀୟମାନେ ଏହାର ଶିକାର ହୋଇଚାଲିଛନ୍ତି । ଏଥିପାଇଁ ଗ୍ରୀଷ୍ମଦିନେ ଭାରତରେ ପାଖାପାଖି ୮୩ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ ପ୍ରବଳ ଥଣ୍ଡା ଯୋଗୁଁ ପ୍ରତିବର୍ଷ ୬.୫୦ଲକ୍ଷ ଲୋକ ମୃତ୍ୟୁର ଶିକାର ହେଉଛନ୍ତି । ପ୍ରାକୃତିକ ବିର୍ଯ୍ୟୟ ଓ ଜଳବାୟୁ ପରିବର୍ତ୍ତର୍ନ ଯୋଗୁଁ ଭାରତରେ ପ୍ରତିବର୍ଷ ୫୦ଲକ୍ଷ ଲୋକ ପଳାୟନ କରିବାକୁ ବାଧ୍ୟ ହେଉଛନ୍ତି ।

ଏଥିପାଇଁ ଜର୍ମାନୀରେ ବୋନ୍‌ ସହରରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଆଲୋଚନାରେ ଭାରତ ଧନୀ ରାଷ୍ଟ୍ରକୁ ଦାୟୀ କରିବା ସହ ସେମାନଙ୍କୁ ଏଥିାଇଁ ଭାରତରେ ହେଉଥିବା କ୍ଷତିର ଭରଣା ପାଇଁ ବାର୍ଷିକ ୭ଲକ୍ଷ କୋଟି ଦେବାକୁ ଚେତାଇ ଦେଇଛି । ଆମେରିକା ଭଳି ଧନୀ ରାଷ୍ଟ୍ରକୁ ଭାରତ ସିଧାସିଧା କହିଛି କି ଆପଣଙ୍କ ଯୋଗୁଁ ସାରା ବିଶ୍ୱ ଆଜି ଉତ୍ତପ୍ତ ପିଣ୍ଡରେ ପରିଣତ ହୋଇଛି । ବନ୍ୟା ଓ ମରୁଡ଼ି ପାଇଁ ବି ଆପଣ ଦାୟୀ । ସେଥିପାଇଁ ଆପଣଙ୍କୁ ଏହାର ଭରଣା କରିବାକୁ ହେବ ବୋଲି ଭାରତ ରୋକ୍‌ଠୋକ୍‌ କହିଛି ।

Get real time updates directly on you device, subscribe now.