fbpx

ପତ୍ନୀର ଇଜ୍ଜତ ନିଲାମ କଲା ସ୍ୱାମୀ, ସ୍ତ୍ରୀଙ୍କ ପୁରୁଷ ବନ୍ଧୁୁ ସହ ମିଶି ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଥାନାରେ ଅଭିଯୋଗ କଲେ ପୀଡିତା

ଧାମନଗର, (ଭାସ୍କର ନ୍ୟୁଜ୍‌) : ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ପବିତ୍ର ସମ୍ପର୍କ ୭ଜନ୍ମ ପାଇଁ ହେଲେ ସେହି ସମ୍ପର୍କ ବେଳେ ବେଳେ ଏପରି ପୁର୍ଣ୍ଣଚ୍ଛେଦ ପଡ଼େ ଯାହାକି ସବୁଦିନ ପାଇଁ ବିଚ୍ଛେଦ ଘଟେ । ଏମିତିଏକ ଘଟଣା ଧାମନଗର ବ୍ଳକ ସୋହଡ଼ା ପଞ୍ଚାୟତରେ ଘଟିଛି । ସୋହଡ଼ା ଗ୍ରାମର ରଶ୍ମିତା ଦାଶ ୭ବର୍ଷ ପୂର୍ବେ ପୁରୀ ଜିଲ୍ଲା ନିଳଚକ୍ର ନଗର ଗ୍ରାମର ଭକ୍ତ ବଲ୍ଲଭ ମିଶ୍ରଙ୍କ ପୁଅ ଦୀପକ ମିଶ୍ରକୁ ୨୦୧୬ ମସିହାରେ ବିବାହ କରିଥିଲେ । ମାତ୍ର ବିବାହର ୪ମାସ ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କାଁ ଭାଁ ଝଗଡ଼ା ଲାଗିରହୁଥିଲା । ପରେ ଏହା ଧୀରେ ଧୀରେ ଝଗଡ଼ା ବଢିବାରେ ଲାଗିଲା । ଏପରିକି ଥାନା ପୋଲିସ ଓ କୋର୍ଟରେ ଛିଡ଼ାହେବାକୁ ପଡ଼ିଲା ।

ସୂଚନା ଥାଉକି ରଶ୍ମିତାର ନିଜ ଗାଁ ସୋହଡ଼ାର ଜୈନିକ ଏକ ପୁରୁଷ ବନ୍ଧୁଙ୍କ ସହ ପିଲାଦିନର ଏକ ନିଛାଟିଆ ଘରେ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓକୁ ତାଙ୍କ ପୁରୁଷ ବନ୍ଧୁ ଉତ୍ତୋଳନ କରି ଭାଇରାଲ କରିଥିଲେ । ଅନ୍ୟପଟେ ମୋ ପିଲାଦିନର ପୁରୁଷ ବନ୍ଧୁ ଓ ମୋ ସ୍ୱାମୀ ଚକ୍ରାନ୍ତକରି ମୋତେ ବଦନାମ କରୁଛନ୍ତି । ସୂଚନାଥାଉକି ମୋ ସ୍ୱାମୀ ଏବେ ଅନ୍ୟ ଏକ ସ୍ତ୍ରୀ ସହ ସମ୍ପର୍କ ରଖି ମୋତେ ଏପରି ମାନସିକ ଓ ଶାରିରୀକ ଯନ୍ତ୍ରଣା ଦେଉଥିଲେ । ଏନେଇ ରଶ୍ମିତା ଧାମନଗର ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଚାଲିଛି । ଏହି ଘଟଣାର ସମ୍ପୁର୍ଣ୍ଣ ତଦନ୍ତପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.