fbpx
BJD SKY
BJD SKY

ପିଙ୍କ ବଲ୍‌ ଟେଷ୍ଟ: ୨୩୮ ରନରେ ଶ୍ରୀଲଙ୍କା ପରାସ୍ତ,୨-୦ ସିରିଜ କ୍ଳିନ ସୁଇପ ବିଜୟ ହାସଲ ଭାରତ

BJD

ବେଙ୍ଗାଲୁର : ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ତଥା ପିଙ୍କ ବଲ ଟେଷ୍ଟ ମ୍ୟାଚରେ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଭାରତ ୨-୦ରେ ସିରିଜ କ୍ଳିନ ସୁଇପ ବିଜୟ ହାସଲ କରିଛି । ଭାରତର ପ୍ରଥମ ଇନିଂସ ସ୍କୋର ୨୫୨ ରନ ଜବାବରେ ଶ୍ରୀଲଙ୍କା ୧୦୯ ରନରେ ଅଲଆଉଟ ହୋଇ ଯାଇଥିବା ବେଳେ ଭାରତ ଦ୍ୱିତୀୟ ଇନିଂସରେ ୯ ୱିକେଟ ହରାଇ ୩୦୩ ରନ ସଂଗ୍ରହ ସହିତ ପାଳି ସମାପ୍ତି ଘୋଷଣା କରିଥିଲା ।

ଭାରତ ଧାର୍ଯ୍ୟ କରିଥିବା ୪୪୭ ରନ ବିଜୟ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ ହରାଇ ୨୮ ରନ ସଂଗ୍ରହ କରିଥିବା ବେଳେ ତୃତୀୟ ଦିନ ମୋଟ ୨୦୮ ରନ କରି ଅଲଆଉଟ ହୋଇ ଯାଇଥିଲା । ତେଣୁ ଶ୍ରୀଲଙ୍କା ୨୩୮ ରନରେ ଶୋଚନୀୟ ପରାଜୟ ସ୍ୱିକାର କରିଛି । ଶ୍ରୀଲଙ୍କା ଅଧିନାୟକ ଦିମୁଥ କରୁଣା ରତ୍ନେ ଭାରତୀୟ ବୋଲରଙ୍କୁ ସଠିକ ମୁକାବିଲା କରି ଶତକ (୧୦୭)ଅର୍ଜନ କରି ଭାରତର ବିଜୟ ବିଳମ୍ବ କରିଥିବା ବେଳେ ଦଳର ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ । କେବଳ କୁଶଲ ମେଣ୍ଡିସଙ୍କ ୫୪ ରନ ସାମାନ୍ୟ ଶାନ୍ତ୍ୱନା ଥିଲା । ତୃତୀୟ ଦିନ ଖେଳା ଦ୍ୱିତୀୟ ସେସନରେ ଭାରତୀୟ ବୋଲର ମାନେ ୬ ୱିକେଟ ଅକ୍ତିଆର କରି ନେବା ଫଳରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ୨୦୮ରେ ସୀମିତ ହୋଇ ଯାଇଥିଲା । ଏହି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ଗୋଟିଏ ଇନିଂସରେ ୨୦୦ ରନ ସୀମାରେଖା ଅତିକ୍ରମ କରିବା ପାଇଁ ସମର୍ଥ ହୋଇଥିଲା ।

ପ୍ରଥମ ଇନିଂସରେ ୫ ୱିକେଟ ଅକ୍ତିଆର କରିଥିବା ଯଶପ୍ରୀତ ବୁମରା ଦ୍ୱିତୀୟ ଇନିଂସରେ ୩ ଓ ଅଶ୍ୱିନ ପ୍ରଥମ ଇନିଂସରେ ୨ ଓ ଦ୍ୱିତୀୟ ଇନିଂସରେ ୪ ୱିକେଟ ହାସଲ କରି ଶ୍ରୀଲଙ୍କାକୁ ବିଦ ମୁଖି କରିଥିାଲ । ଦ୍ୱିତୀୟ ଇନିଂସରେ ଅକ୍ଷର ପଟେଲ ୨ ଓ ରବିନ୍ଦ୍ର ଜାଡେଜଙ୍କୁ ଗୋଟିଏ ୱିକେଟ ସଫଳତା ମିଳି ଥିଲା । ସୂଚନା ଯୋଗ୍ୟ ଯେ ପଞ୍ଜାବର ମୋହାଲିରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୨୨୨ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ଭାରତ ୨୦୧୩ ପର ଠାରୁ ନିଜ ମାଟିରେ ଲଗାତର ୧୫ତମ ଟେଷ୍ଟ ସିରିଜ ବିଜୟ ହାସଲ କରିଛି । ଏହି ସମୟ ମଧ୍ୟରେ ଭାରତ ୪୨ ଟେଷ୍ଟ ମ୍ୟାଚ ଖେଳି ୩୪ ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୨ ମ୍ୟାଚରେ ହାରିଥିଲା । ଅବଶିଷ୍ଠ ୬ ମ୍ୟାଚ ଡ୍ର ରଖିଥିଲା ।

ସୂଚନା ଯୋଗ୍ୟ ଯେ କୋହଲିଙ୍କ ପରେ ରୋହିତ ଶର୍ମା ଟେଷ୍ଟ ଦଳର ନୂଆ ଅଧିନାୟକ ନିଯୁକ୍ତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ଟେଷ୍ଟ ସିରିଜ ବିଜୟ । ଭାରତ ୨୦୧୯ରେ କୋଲକତା୍‌ାରେ ଖେଳିଥିବା ବାଂଲାଦେଶ ବିକ୍ଷ ପ୍ରଥମ ପିଙ୍କ ବଲ ଦିବାରାତ୍ର ଟେଷ୍ଟକୁ କେବଳ ଦୁଇ ଦିନ ମଧ୍ୟରେ କବଜା କରି ନେଇଥିବା ବେଳେ ପରବର୍ତ୍ତୀ ଅଷ୍ଟ୍ରେଲିଆ ବିକ୍ଷ ଦିବାରାତ୍ର ଟେଷ୍ଟରେ ହାରିଥିଲା । ସେହିରି ଗତବର୍ଷ ଅହମଦାବାଦରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ବିକ୍ଷ ଦିବାରାତ୍ର ଟେଷ୍ଟରେ ମଧ୍ୟ ଆଧିତ୍ୟ ଜାହିର କରି ଦୁଇ ଦିନ ମଧ୍ୟରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.