fbpx

କଟକ ମହାନଗର ନିର୍ବାଚନ: ସିଏମସି ଚୌକି ପାଇଁ ଫାଇଟ୍‌ରେ ୧୬ ଜଣ ମେୟର ପ୍ରାର୍ଥୀ, ହାତୀ କାହା ମୁଣ୍ଡରେ ଢ଼ାଳିବ ସୁନା କଳସ

କଟକ (ଭାସ୍କର ନ୍ୟୁଜ୍‌): ଚଳିତ କଟକ ପୌର ନିର୍ବାଚନରେ ୧୬ ଜଣ ମେୟର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ ପାଇଁ ସ୍ଥିରିକୃତ ହୋଇଥିବାବେଳେ କଟକ ପୌରନିଗମ ମେୟର ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୧୬ ଜଣ ପ୍ରାର୍ଥୀମାନଙ୍କର ଚୂଡାନ୍ତ ତାଲିକା ବିଜ୍ଞାପିତ ହୋଇଛି ବୋଲି କଟକ ପୌରନିଗମର ର୍ନିବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, କଟକ ପୌରନିଗମର ନଗରପାଳ ପଦବୀ ନିମନ୍ତେ ସମୁଦାୟ ୨୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେଥିମ୍ମରୁ ଯାଞ୍ଚ ପରେ ୪ ଜଣ ପ୍ରାର୍ଥୀଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିଲା । ଅବଶିଷ୍ଟ ୧୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ଯଥାକ୍ରମେ ଶ୍ରୀରାମ ପାଣ୍ଡେ ଓ ଦୟାନିଧି ନାୟକ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ, ଫଳରେ ମେୟର ପଦବୀ ପାଇଁ ର୍ନିବାଚନରେ ଦଳୀୟ,ର୍ନିଦଳୀୟ ପ୍ରାର୍ଥୀଙ୍କ ସହ ମୋଟ ୧୬ ଜଣ ପ୍ରାର୍ଥୀ ର୍ନିବାଚନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାଯାଇଛି ।

Get real time updates directly on you device, subscribe now.