fbpx

ସପ୍ତମ ଦିନରେ ସପ୍ତମ ରୌପ୍ୟ ପଦକ ଆଣିଲା ଭାରତ: ଶଟ୍ ଫୁଟରେ ସଚିନ୍ ଆଣିଲେ ଗୌରବ

ନୂଆଦିଲ୍ଲୀ: ପ୍ୟାରିସ ପାରା ଅଲିମ୍ପିକ୍ସ-୨୦୨୪ର ସପ୍ତମ ଦିନରେ ଭାରତକୁ ସପ୍ତମ ରୌପ୍ୟ ପଦକ ହାସଲ ହୋଇଛି । ଶଟ୍ ଫୁଟ୍ ଥ୍ରୋ’ରେ ଭାରତର ପାରା-ଆଥଲେଟ୍ ସଚିନ୍ ସରଜେରାଓ ଖିଲାରୀ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି । ପୁରୁଷ ଶଟ୍ ଫୁଟ୍(ଏଫ୪୬)ରେ ସିଲଭର୍ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଛନ୍ତି ସଚିନ୍ । ଏହି ପଦକ ସହ ଚଳିତବର୍ଷର ପାରା ଅଲିମ୍ପିକ୍ସ ପ୍ରତିଯୋଗିତାରେ ଭାରତ ୨୧ତମ ପଦକ ହାସଲ କରିଛି ।

ଶଟ୍ ଫୁଟ୍ ଗେମ୍ସର ଫାଇନାଲ ମ୍ୟାଚରେ ସଚିନ୍ ଦ୍ୱିତୀୟ ପ୍ରୟାସରେ ୧୬.୩୨ ମିଟର ଥ୍ରୋ କରିଥିଲେ । ଏହି ଇଭେଣ୍ଟରେ କାନାଡ଼ା ପାରା-ଆଥଲେଟ୍ ଷ୍ଟିୱାର୍ଟ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲ ଇଭେଣ୍ଟରେ ଷ୍ଟିୱାର୍ଟ ୧୬.୩୮ ମିଟର ଦୂର ପର୍ଯ୍ୟନ୍ତ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି । ଏହାବ୍ୟତୀତ କ୍ରୋଏଶିଆର ବାକୋଭିକ ଲୁକା ୧୬.୨୭ ମିଟର ଥ୍ରୋ ସହିତ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ଏହି ତାଲିକାରେ ଭାରତ ଅନ୍ୟ ପାରା ଆଥଲେଟ୍ ମହମ୍ମଦ ୟାସର ଏବଂ ରୋହିତ କୁମାର ଅଷ୍ଟମ ଏବଂ ନବମ ସ୍ଥାନରେ ଯାତ୍ରା ଶେଷ କରିଛନ୍ତି ।

sachin

ଭାରତ ପାଇଁ ସପ୍ତମ ରୌପ୍ୟ ପଦକ ବିଜୟୀ ହୋଇଥିବା ସଚିନ୍ ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୯ ବର୍ଷ ବୟସରେ ଏକ ସାଇକେଲ ଦୁର୍ଘଟଣାରେ ତାଙ୍କର ବାମ ହାତ ଫ୍ରାକଚର ହୋଇଯାଇଥିଲା । ଏହାପରେ ମଧ୍ୟ ଇଞ୍ଜିନିୟରିଙ୍ଗ ଶେଷ କରିବା ସହ ସେ ଖେଳକୁଦରେ ମଧ୍ୟ ଖୁବ ସଫଳତା ହାସଲ କରିଥିଲେ । ପ୍ରଥମେ ଜାଭେଲିନ୍ ଥ୍ରୋ କରୁଥିବା ବେଳେ କାନ୍ଧରେ ଆଘାତ ଯୋଗୁଁ ପରେ ଶଟ୍ ଫୁଟ୍ କେଳିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲେ । ଯାହା ବର୍ତ୍ତମାନ ତାଙ୍କୁ ଅଲିମ୍ପିକ୍ସ ଭଳି ପ୍ରତିଯୋଗିତାରେ ସ୍ଥାନ ଦେଇଛି ।

Get real time updates directly on you device, subscribe now.