fbpx

ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦, ୭ ୱିକେଟରେ ଜିତିଲା ଭାରତ

ଇନ୍ଦୋର, ୭ ।୧: ତିନି ମ୍ୟାଚ ବିଶିଷ୍ଟ ସିରିଜରୁ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା । ମଙ୍ଗଳବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଭାରତ ୭ ୱିକେଟରେ ବିଜୟ ଲାଭ କରିଛି । ତେବେ ୩ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚଟି ହୋଲକର କ୍ରିକେଟ ଷ୍ଟାଡିୟମ ଠାରେ ଖେଳାଯାଇଥିଲା । ଟସ ଜିତି ଇଣ୍ଡିଆ ଟିମ ପ୍ରଥମେ ବୋଲିଂ କରିବାକୁ ନିସ୍ପତି ନେଇଥିଲା । ଶ୍ରୀଲଙ୍କା ୨୦ ଓଭରରେ ୯ୱିକେଟ ହରାଇ ୧୪୨ କରିଥିଲା । ଜବାବରେ ଭାରତ ୧୭.୩ ଓଭର ବଲରେ ୩ ୱିକେଟ ହରାଇ ୧୪୪ରନ ହାସଲ କରି ବିଜୟ ହୋଇଛି । ଶ୍ରୀଲଙ୍କା ପକ୍ଷରୁ କୁଶଲ ପେରେରା ସର୍ବାଧିକ ୩୪ ରନ କରିଥିବା ବେଳେ ଦନୁସ୍କା ୨୦, ଅଭିସ୍କା ଫର୍ଣ୍ଣାଣ୍ଡୋ ୨୨, ଓସାଦା ଫର୍ଣ୍ଣାଣ୍ଡୋ ୧୦, ଭାନୁକା ରାଜାପକ ୯, ଦନୁଶ ସହନାକା ୭, ଧଞ୍ଜୟ ଡି ଶିଲଭା ୧୭, ଇସରୁ ଉଡାନା ୧, ୱାନିନ୍ଦୁ ହସରଙ୍ଗା ୧୬ ରନ କରିଥିଲେ । ଲସିଥ ମାଲିଙ୍ଗା(ଅଧିନାୟକ) ନିଜର ଖାତା ଖୋଲିନପାରି ପ୍ୟାଭିଲିୟନ ଫେରିଯାଇଥିଲେ । ତେବେ ଏହି ମ୍ୟାଚରେ ସମସ୍ତଙ୍କ ନଜର ଶିଖର ଧୱନ ଓ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିଥିଲା । ବିଶେଷକରି ଧୱନଙ୍କ ଉପରେ ମ୍ୟାଚଟି ନିିର୍ଭର ରହିବ କାରଣ ରୋହିତଙ୍କ ବଦଳରେ ଧୱନ ଓପନିଂ ବ୍ୟାଟିଂ କରିଥିଲେ । ଅପରପକ୍ଷରେ ଗୌହାଟୀ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ ଲସିଥ ମାଲିଙ୍ଗା ଚୂଡାନ୍ତ ଏକାଦଶରେ ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ସୁଯୋଗ ଦେଇନଥିଲେ, କାରଣ ଭ୍ରମଣକାରୀ ଟିମ ତିନି ସ୍ପେଶାଲିଷ୍ଟ ବୋଲର ଏବଂ ଦୁଇ ସ୍ପିନରଙ୍କୁ ଖେଳାଇବାକୁ ନିଷ୍ପତି ନେଇଥିଲା । ତେବେ ମଙ୍ଗଳବାର ମାଥ୍ୟୁସଙ୍କୁ ସୁଯୋଗ ମିଳିନଥିଲା । ଅନ୍ୟପକ୍ଷରେ ଭାରତ ଲୋକେଶ ରାହୁଲ ପୁଣି ତାଙ୍କର ଏକ ଦମଦାର ଇିନଂସ ଖେଳିଛନ୍ତି । ୩୨ବଲରେ ୪୫ରନ କରି ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଥିବା ବେଳେ ଶିଖର ଧୱାନ ୩୨, ଶ୍ରେୟସ ଆୟର ୩୪, ବିରାଟ କୋହଲି ୩୦ ରନ କରିଥିଲେ । ଭାରତ ପକ୍ଷରୁ ସର୍ଦ୍ଦାଳୁ ଠାକୁର ୩, ନଭଦୀପ ସାଇନି ୨, ଓ୍ବାସିଙ୍ଗଟନ ସୁନ୍ଦର ୧ଟିଲେଖାଏଁ ୱିକେଟ ହାସଲ କରିଥିଲେ ।

Get real time updates directly on you device, subscribe now.