fbpx

ମହିଳା ଟି-୨୦ ବିଶ୍ୱକପ: ପ୍ରଥମ ମ୍ୟାଚରେ ଜିତିଲା ଭାରତ, ପାକିସ୍ତାନ ହତାଶ

Advertisement

ନୂଆଦିଲ୍ଲୀ: ଆଜି ଟି-୨୦ ମହିଳା ବିଶ୍ୱକପରେ ଭାରତ-ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ଦକ୍ଷିଣ ଆଫ୍ରିକାର କେପ ଟାଉନଠାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲେ । ତେବେ ପ୍ରଥମ ମ୍ୟାଚରୁ ଭାରତ ବିଜୟ ହାସଲ ହାସଲ କରିଥିବା ବେଳେ ପାକିସ୍ତାନ ଆଣ୍ଠେଇ ପଡ଼ିଛି । ଭାରତ ୭ ୱିକେଟରେ ବିଜୟ ହାସଲ କରି ଚଳିତ ବିଶ୍ୱକପରେ ମୂଳଦୁଆ ପକାଇଛି ।

ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟିକା ବିସମାହ ମାରୁଫ ସର୍ବାଧିକ ୬୮ ରନ୍ ଓ ଆୟେଶା ନସୀମ ୪୩ ରନ୍ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ୨ଟି, ପୂଜା ଭାଷ୍ଟ୍ରାକର ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

୧୫୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ମହିଳା ଟିମ୍ । ତେବେ ଦଳ ଗୋଟିଏ ଓଭର ବାକି ଥାଇ ମାତ୍ର ୩ଟି ୱିକେଟ ହରାଇ ୧୫୧ ରନ୍ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଜେମିମାହ ରୋଡ୍ରିଗୁଜ ସର୍ବାଧିକ ୫୩ ରନ ଓ ୱିକେଟ କିପରି ରିଚା ଘୋଷ ୩୧ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ନୁଶ୍ରା ସାନ୍ଧୁ ୨ଟି ଓ ସାଦିଆ ଏକବାଲ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଆସନ୍ତା ୧୫ ତାରିଖରେ ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଏହାପରେ ୧୮ରେ ଇଂଲଣ୍ଡ ଓ ୨୦ରେ ଆୟର୍ଲାଣ୍ଡକୁ ଭେଟିବ ।

Get real time updates directly on you device, subscribe now.