fbpx
BSKY
BJD MC SKY
BJD YOUTH SKY

ଘର ଭିତରୁ ୩ମୃତଦେହ ଉଦ୍ଧାର, ଘଟଣାସ୍ଥଳରେ ପୋଲିସର ଛାନଭିନ

କୋରାପୁଟ: କୋରାପୁଟର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଘର ଭିତରୁ ପରିବାରର ୩ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପରିବାରର ସ୍ୱାମୀ ଓ ଛୋଟ ଛୁଆର ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ବାପାର ମୃତଦେହ ରଶି ଲାଗି ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଆର ମୃତଦେହ ସୋଫା ଉପରୁ ଛୁଆର ମୃତଦେହ ସୋଫା ତଳୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛନ୍ତି ।

ଘଟଣାସ୍ଥଳରେ ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡିନି । କେମିତି ଘଟଣା ଏଭଳି ଘଟଣା ଘଟିଲା ଏବଂ କେତେବେଳେ ଘଟିଲା ସେନେଇ ଲକ୍ଷ୍ମୀପୁର ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.