fbpx
BJD SKY
BJD SKY

ଉତ୍କଳ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ନଷ୍ଟ କରିବା ନିନ୍ଦନୀୟ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଛାତ୍ର BJD

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜଧାନୀ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା । ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲରେ ଏକ ଆଲୋଚନାଚକ୍ର ଚାଲିଥିବା ବେଳେ ଜେଏନୟୁରୁ ଆସିଥିବା ପ୍ରଫେସର ସୁରଜିତ ମଜୁମଦାରଙ୍କ ଉପରେ କିଛି ଛାତ୍ର ଆକ୍ରମଣ କରିଥିଲେ । ସୁରଜିତ ତାଙ୍କ ଅଭିଭାଷଣରେ ଦେଶଦ୍ରୋହୀ ମନ୍ତବ୍ୟ ଦେଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ । ଏନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା ।

ତେବେ ବିଶ୍ୱବିଦ୍ୟାଳୟର ବାତାବରଣ ନଷ୍ଟ କରୁଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜୁ ଛାତ୍ର ଜନତା ଦଳ (ବିସିଜେଡି) । ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିବା ନିହାତି ନିନ୍ଦନୀୟ । ପୂର୍ବରୁ ଅନେକ ଥର ମଧ୍ୟ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଶିକ୍ଷାନୁଷ୍ଠାନ ପରିସରରେ ପାଟିତୁଣ୍ଡ କରିବା ସହ ଅପ୍ରୀତିକର ପରିବେଶ ସୃଷ୍ଟି କରିଥିଲେ ।

ଆଜିର ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଭୟର ବାତାବରଣ ସୃଷ୍ଟି ହେବା ସହ ଶୈକ୍ଷିକ ପରିବେଶ ନଷ୍ଟ ହେଉଛି । ତେଣୁ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଥିବା ଛାତ୍ର ଓ ଅଣଛାତ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ବିଜୁ ଛାତ୍ର ଜନତା ଦଳ ଏଭଳି ହିଂସାକାଣ୍ଡକୁ କେବେ ବି ପ୍ରଶ୍ରୟ ଦେବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି ।

Get real time updates directly on you device, subscribe now.