fbpx
BJD SKY
BJD SKY

ବିନାଶକାରୀ ଭୂକମ୍ପ ପରେ ତୁର୍କୀରେ ହଜାର ଲୋକେ ଛାଡିଲେ ବାସସ୍ଥାନ, ଏୟାର ଲାଇନ୍ସ ଦେଉଛନ୍ତି ଫ୍ରୀ ଟିକେଟ

BJD

ନୂଆଦିଲ୍ଲୀ: ତୁର୍କୀରେ ଆସିଥିବା ବିନାଶକାରୀ ଭୁକମ୍ପ ପରେ ସେଠାରେ ଲୋକେ ବାସସ୍ଥାନ ଛାଡ଼ି ପଳାୟନ କରୁଛନ୍ତି । ହଜାର ହଜାର ଲୋକେ ପ୍ରଭାବିତ ଅଂଚଳକୁ ଛାଡ଼ି ପଳାୟନ କରୁଛନ୍ତି । ଏହି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ତୁର୍କୀଶ ଏୟାରଲାଇନ ତରଫରୁ ବଡ଼ ସାହାଯ୍ୟ କରାଯାଇଛି । ସେମାନେ ଫ୍ରି ଏୟାର ଟିକେଟ ଦେବା ନେଇ କଥା ହୋଇଛନ୍ତି । ସୁରକ୍ଷିତ ସ୍ଥାନରେ ପହଁଚିବା ପାଇଁ ଜୋର ଦିଆଯାଇଛି ।

ତୁର୍କୀ-ସିରିଆ ଭୂ-କମ୍ପରେ ଏବେ ମଧ୍ୟ ଅନେକ ଜୀବନ ଭଗ୍ନ ଅଟ୍ଟାଳିକା ମଧ୍ୟରେ ଫସି ରହିଛି । ମୃତ୍ୟୁର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ୨୮ ହଜାର ପାରି କରିସରିଲାଣି । ବର୍ତ୍ତମାନ ସେଠାରେ ଲୋକ ମାନଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଉଛି । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ତୁର୍କୀଶ ଏବଂ ପେଗାସସ ଏୟାର ଲାଇନ ଫ୍ରି ଏୟାର ଟିକେଟ ଦେବାର ପ୍ରତିଶ୍ରୁତି ଦେଇଛି । ପ୍ରଭାବିତ ଅଂଚଳରୁ ଲୋକମାନଙ୍କୁ ଇସ୍ତାବୁଲ, ଅଙ୍କାରା, ଅନ୍ତଲିଆ ପରି ସ୍ଥାନକୁ ନିଆଯାଉଛି । ଏହାବ୍ୟତୀତ କଲେଜ, ୟୁନିର୍ଭସିଟିରେ ଥିବା ହଷ୍ଟେଲରେ ମଧ୍ୟ ଲୋକଙ୍କୁ ଆଶ୍ରୟ ଦିଆଯାଉଛି ।

ତୁର୍କୀର ଏହି ପରିସ୍ଥିତିରେ ବଡ଼ ବଡ଼ କ୍ଷତି ସ୍ଥାନରେ ରେସ୍କ୍ୟୁ ଅପରେସନ କରାଯାଉଛି । ଭାରତ ତରଫରୁ ମଧ୍ୟ ଏନଡିଆରଏଫର ଟିମ୍ ପଠାଯାଇଛି । ଭାରତୀୟ ସେନା ବାହିନୀ ସେଠାରେ ହସ୍ପିଟାଲ ମଧ୍ୟ ନିର୍ମାଣ କରିସାରିଲେଣି ଯାହାଦ୍ୱାରା ଗୁରୁତର ଲୋକଙ୍କ ଚିକିତ୍ସା କରାଯଇପାରୁଛି । ଏପରି ପରିସ୍ଥିତିରେ ତୁର୍କୀରେ ଚୋରୀ ସଂଖ୍ୟା ବଢିଯାଇଛି । ପୋଲିସ ବର୍ତ୍ତମାନ ସୁଦ୍ଧା ୪୮ ଲୋକଙ୍କୁ ଗିରଫ କରିସାରିଛି ।

Get real time updates directly on you device, subscribe now.