fbpx
BJD
BJD SKY
BJD SKY

ଆର୍ଚେରୀରେ ଭାରତ ଜିତିଲା ସ୍ୱର୍ଣ୍ଣ ଓ ରୌପ୍ୟ: ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ବଡ଼ ସଫଳତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଆଜି ହେଉଛି ଚତୁର୍ଦ୍ଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୯ଟି ପଦକ ଜିତିଥିଲା । ଫଳରେ ମୋଟ ପଦକ ସଂଖ୍ୟା ୯୫ରେ ପହଞ୍ଚିଥିଲା । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ, ୩୪ଟି ରୌପ୍ୟ ଓ ୩୯ଟି ବ୍ରୋଞ୍ଜ ପଦକ ସାମିଲ ଥିଲା । ତେବେ ଆଜି ମଧ୍ୟ ଭାରତ ଦମଦାର ଭାବେ ତା’ର ପଦକ ବିଜୟ ଯାତ୍ରା ଆରମ୍ଭ କରିଛି ।

ଆଜି ଆର୍ଚେରୀରେ ଭାରତ ଗୋଟିଏ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛି । ବ୍ୟକ୍ତିଗତ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ଅଭିଶେଷ ବର୍ମାଙ୍କୁ ୧୪୯-୧୪୭ରେ ପରାସ୍ତ କରିଛନ୍ତି । ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ଓଜାସ ସ୍ୱର୍ଣ୍ଣ ଜିତିଥିବା ବେଳେ ଅଭିଶେକ ରୌପ୍ୟ ଜିତିଛନ୍ତି । ନିଜ ଦେଶର ଅଭିଶେକଙ୍କୁ ହରାଇ ଓଜାସ ଏହି ସଫଳତା ହାସଲ କରିଛନ୍ତି ।

ଏହା ପୂର୍ବରୁ ଆର୍ଚେରୀରେ ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ ଭାରତ ଗୋଟିଏ ସ୍ୱର୍ଣ୍ଣ ଜିତିଥିଲା । ଦକ୍ଷିଣ କୋରିଆର ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଜ୍ୟୋତି ସୁରେଖା ସ୍ୱର୍ଣ୍ଣ ଜିତିଥିଲେ । ଆଜି ଜ୍ୟୋତି ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ । ମହିଳା କମ୍ପାଉଣ୍ଡ ଇଭେଣ୍ଟରେ ଅଦିତି ସ୍ୱାମୀ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୯ରେ ପହଞ୍ଚିଛି । ସେଥିମଧ୍ୟରେ ୨୪ଟି ସ୍ୱର୍ଣ୍ଣ, ୩୫ଟି ରୌପ୍ୟ ଓ ୪୦ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।

Get real time updates directly on you device, subscribe now.