fbpx
BSKY
BJD SHG SKY
BJD MC SKY

ଆଇସିସି ବିଶ୍ୱକପ ୨୦୨୩; ଭାରତ ମାଟିରେ ନେଦରଲାଣ୍ଡ୍ସକୁ ହରାଇ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ

ଓଡିଶା ଭାସ୍କର; ଭାରତ ମାଟିରେ ନେଦରଲାଣ୍ଡ୍ସକୁ ହରାଇ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଅଭିଯାନ ଆରମ୍ଭ କଲା ପାକିସ୍ତାନ । ଗତକାଲି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ନେଦରଲାଣ୍ଡ୍ସ ବିପକ୍ଷ ପାକିସ୍ତାନ ମ୍ୟାଚରେ ନେଦରଲାଣ୍ଡ୍ସକୁ ପାକିସ୍ତାନ ୮୧ ରନରେ ହରାଇ ବିଜୟ ହାସଲ କରିଛି ।

ସୂଚନା ଥାଉକି, ୨୦୨୩ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ୪୯ ଓଭରରେ ପାକିସ୍ତାନ ସମସ୍ତ ଉଇକେଟ ହରାଇ ୨୮୬ ରନ୍‌ ସଂଗ୍ରହ କରିଥିଲା। ଫଳରେ ନେଦରଲାଣ୍ଡସ୍‌ ଆଗରେ ୨୮୭ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଥିଲା ପାକିସ୍ତାନ। କିନ୍ତୁ ନେଦରଲାଣ୍ଡ୍ସ ପରବର୍ତ୍ତୀ ସମୟରେ ୪୧ ଓଭରରେ ମାତ୍ର ୨୦୫ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଫଳରେ ନେଦରଲାଣ୍ଡ୍ସକୁ ୮୧ ରନରେ ହରାଇ ବିଜୟ ହାସଲ କରିଛି ପାକିସ୍ତାନ।

ପାକିସ୍ତାନ ଟିମ୍ ; ମହମ୍ମଦ ରିଜୱାନ ଏବଂ ସାଉଦ ସକିଲ ମଧ୍ୟରେ ୧୨୦ ରନ୍‌ର ମହତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା। ସକିଲ ୫୨ ବଲ୍‌ ଖେଳି ୯ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୬୮ ରନ୍‌ କରିଥିଲେ। ମହମ୍ମଦ ରିଜୱାନ ୭୫ ବଲ୍‌ ଖେଳି ୬୮ ରନ୍‌ କରିଥିଲେ। ନୱାଜ ୪୩ ବଲ୍‌ ଖେଳି ୪ ଛକା ସହାୟତାରେ ୩୯ ରନ୍‌ ସଂଗ୍ରହ କରିଥିଲେ। ସଦାବ ୩୪ ବଲ୍‌ ଖେଳି ୨ଟି ଚୌକାରେ ୩୨ ରନ୍‌ କରିଥିଲେ। ହିସ ରେଫ ୧୬ ରନ୍‌ କରିଥିଲେ। ସାହିନ ଶାହ ଆଫ୍ରିଦି ଅପରାଜିତ ୧୩ ରନ୍‌ କରିଥିଲେ। ଫଳରେ ପାକିସ୍ତାନ ୨୮୬ ରନ୍‌ କରିବାରେ ସକ୍ଷମ ହୋଇଥିଲା। ନେଦରଲାଣ୍ଡସ୍‌ ପକ୍ଷରୁ ବାସ ଡି’ ଲିଡେ ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ କୋଲିନ ଆକ୍ରେମାନ ୨ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

ନେଦରଲାଣ୍ଡ୍ସ ଟିମ୍ ; ଓପନର ଭାବେ ବିକ୍ରମଜିତ ସିଂ (୫୨ ରନ, ୪ ଚୌକା, ୧ ଛକା) ଓ ମିଡିଲ ଅର୍ଡର ବ୍ୟାଟର ବାସ୍‌ ଡି ଲିଡ୍‌ (୬୭ ରନ, ୬ ଚୌକା, ୨ ଛକା)ଙ୍କୁ ଛାଡ଼ିଦେଲେ ଅନ୍ୟ ବ୍ୟାଟରମାନେ ପାକିସ୍ତାନ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ଶେଷ ଭାଗରେ ଲୋଗାନ ଭାନ୍‌ ବିକ୍‌ ୨୮ ରନକରି ଅପରାଜିତ ରହିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ହାରିସ ରୌଫ ସର୍ବାଧିକ ୩ଟି ଓ ହାସଲ ଅଲୀ ୨ଟି ଉଇକେଟ ନେଇଥିଲେ।

Get real time updates directly on you device, subscribe now.