fbpx

Women’s Emerging Asia Cup: ମହିଳା ଭାରତୀୟ ଟିମ୍ ଜିତିଲା ଏସିଆ କପ୍‌, ଫାଇନାଲରେ ବାଂଲାଦଶକୁ କଲା ପରାସ୍ତ

ନୂଆଦିଲ୍ଲୀ: ମହିଳା ଉଦୟମାନ ଏସିଆ କପ୍ ୨୦୨୩ ଫାଇନାଲରେ ଭାରତ-ଏ ଟିମ୍ ବାଂଲାଦେଶକୁ ହରାଇ ଟାଇଟଲ ହାତେଇଛି । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୩୧ ରନ୍‌ରେ ଜିତି ଏହି ସଫଳତା ପାଇଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୨୭ ରନ୍ ସଂଗ୍ରହ କରିଥିଲା । ଜବାବାରେ ବାଂଲାଦେଶ ଟିମ୍ ୯୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ।

ଏହି ମ୍ୟାଚ୍‌ରେ ଭାରତ ଟିମ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଅଧିନାୟକ ଶ୍ୱେତା ସେରାୱତ୍ ଏବଂ ଉମା ଛେତ୍ରୀ ପ୍ରଥମ ଉଇକେଟ୍ ଯୋଡ଼ିରେ ୨୮ରନ୍ ସ୍କୋର କରିଥିଲେ । ଏହାପରେ କନିକା ଆହୁଜା(୩୦) ଏବଂ ବିନ୍ଦା ଦିନେଶଙ୍କ ୩୬ ବଳରେ ଭାରତ ୨୦ ଓଭରରେ ୧୨୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ବାଂଲାଦେଶ ପାଇଁ ସୁଲ୍ଲତନା ଖାତୁନ୍ ଏବଂ ନାହିଦା ଅଖ୍‌ତର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଜବାବରେ ବାଂଲାଦେଶ ଦଳ ୧୯ ଓଭର ୨ ବଲ୍‌ରେ ମାତ୍ର ୯୬ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା । ଭାରତର ଏହି ବିଜୟରେ ବୋଲର ଶ୍ରେୟଙ୍କା ପାଟିଲ ହିରୋ ରହିଥିଲେ । ୪ ଓଭର ବୋଲିଂ କରି ଶ୍ରେୟଙ୍କା ମାତ୍ର ୧୩ ରନ୍ ବ୍ୟୟ କରି ୪ଟି ୱିକେଟ୍ ପାଇଥିଲେ । ସେହିଭଳି ମନ୍ନତ କଶ୍ୟପ ୩ ଏବଂ କନିକା ଆହୁଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.