fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଉଛୁଳିଲା ସେୟାର ମାର୍କେଟ୍‌, ନୂଆ ରେକର୍ଡ କଲା ସେନସେକ୍ସ

ନୂଆଦିଲ୍ଲୀ: ବୁଧବାର ଭାରତୀୟ ସେୟାର ବଜାର ଐତିହାସିକ ଉଚ୍ଚତାକୁ ଛୁଇଁବା ସହିତ ଏକ ନୂଆ ରେକର୍ଡ କରିଛି । କାରବାର ଆରମ୍ଭରୁ ସେନସେକ୍ସ ବୁଧବାର ଏକ ଘଣ୍ଟା ମଧ୍ୟରେ ଏହାର ପୁରୁଣା ରେକର୍ଡ ଭାଙ୍ଗି ୬୩,୫୮୮.୩୧ ପଏଣ୍ଟରେ ପହଞ୍ଚି ଯାଇଥିଲା । ଏହା ପୁର୍ବରୁ ସେନସେକ୍ସ ସର୍ବାଧିକ ୬.୫୮୩.୦୭ ପଏଣ୍ଟ ଛୁଇଁଥିଲା।

ବୁଧବାର କାରବାର ଆରମ୍ଭ ସହିତ ୧୪୬ ପଏଣ୍ଟ ବୃଦ୍ଧି ସହିତ ଆରମ୍ଭ ହୋଇଥିଲା । ସେହିଭଳି ନିଫ୍ଟି ମଧ୍ୟ ୩୭ ପଏଣ୍ଟ ବୃଦ୍ଧି ପାଇଥିଲା । ବିଏସ୍‌ଇ ର ୩୦-ଷ୍ଟକ୍ ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ନୂତନ ସର୍ବକାଳୀନ ଉଚ୍ଚତମ ସ୍ତରଠୁ ୧୧୬ ପଏଣ୍ଟ ପଛରେ ଖୋଲିଥିଲା । ଆଜି ସେନସେକ୍ସ ୬୩୪୬୭ ରେ ଖୋଲି ୧୩୯ ପଏଣ୍ଟ ବୃଦ୍ଧି ପାଇଛି । ଅନ୍ୟ ପଟେ, ଏନ୍‌ଏସ୍‌ଇ ନିଫ୍ଟି ୧୮୮୪୯ ସ୍ତରରେ ଆଜିର କାରବାର ଆରମ୍ଭ କରିଥିଲା । ନିଫ୍ଟିର ସର୍ବକାଳୀନ ଉଚ୍ଚତମ ସ୍ତର ୧୮,୮୮୮ ଥିବାବେଳେ ସେନ୍େସକ୍ସ ୬୩୫୮୩.୦୭ ରେ ଥିଲା ।

ପ୍ରାୟ ୭ ମାସ ପରେ ଭାରତୀୟ ସେୟାର ବଜାର ସର୍ବକାଳୀନ ସ୍ତରକୁ ପୁଣିଥରେ ଛୁଇଁଛି । ଗତବର୍ଷ ଡିସେମ୍ବର ମାସ ସେନସେକ୍ସ ସର୍ବକାଳୀନ ୬୩,୫୮୩.୦୭ ସ୍ତରକୁ ଛୁଇଁଥିଲା । ସେହିଭଳି ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଏକ ପଇସା ହ୍ରାସ ପାଇ ୮୨.୧୦ ସ୍ତରକୁ ଆସିଯାଇଛି ।

Get real time updates directly on you device, subscribe now.