ଯୁଦ୍ଧାଭ୍ୟାସ ଆରମ୍ଭ କଲା ଭାରତୀୟ ବାୟୁସେନା, ଗର୍ଜିଲା ରାଫେଲ୍ ଓ ସୁଖୋଇ ୩୦

ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ପାହାଲଗାମ୍ ଆତଙ୍କୀ ହମଲାରେ ସାରା ଦୁନିଆ ତୀବ୍ରତା ପ୍ରକାଶ କରିଛି। ଯୁଦ୍ଧାଭ୍ୟାସ ଆରମ୍ଭ କଲା ବାୟୁସେନାର ରାଫେଲ୍ ଓ ସୁଖୋଇ ୩୦। ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ଯୁଦ୍ଧାଭ୍ୟାସ ‘ଆକ୍ରମଣ’ ଆରମ୍ଭ ହୋଇଛି।

ଭାରତ-ପାକିସ୍ତାନ ଉତ୍ତେଜନା ଦୃଷ୍ଟିରୁ ବାୟୁସେନାର ଅଭ୍ୟାସ ଆରମ୍ଭ ହୋଇଛି। ଅମ୍ବାଲା ଓ ହସିମରା ଏୟାରବେସରୁ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି। ପୂର୍ବ ଭାଗରେ ଥିବା ଏୟାରବେସରୁ ବାୟୁସେନାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥଳଭାଗରେ ଆକ୍ରମଣ ପାଇଁ ହୋଇପାରେ ଫାଇଟର୍ ଜେଟ୍ ବ୍ୟବହାର। ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚିବାକୁ ସମରାଭ୍ୟାସ ।