fbpx
BJD SKY
BJD SKY

ଏହି ଦେଶକୁ ଉଡ଼ିବନି ଭାରତର ବିମାନ! ଇରାନ-ଇସ୍ରାଏଲ ତିକ୍ତତାରୁ ହୋଇପାରେ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ ମଧ୍ୟରେ ତିକ୍ତତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ବିବାଦ ଏବେ ଯୁଦ୍ଧ ପରିସ୍ଥିତିକୁ ଗତି କରୁଛି । ଯାହା ପ୍ରଭାବ ଏହି ଦୁଇ ଦେଶ ବ୍ୟତୀତ ପଡ଼ୋଶୀ ରାଷ୍ଟ୍ର ଉପରେ ମଧ୍ୟ ପରିଲକ୍ଷିତ ହୋଇଛି । ଉଭୟ ଦେଶ ମଧ୍ୟ ରେ ଚାଲିଥିବା ତିକ୍ତତାକୁ ନଜରରେ ରଖି ଇସ୍ରାଏଲକୁ ବିମାନ ସେବା ରଦ୍ଦ କରିବା ପାଇଁ ନିଷ୍ପତ୍ତି ନେଇପାରେ ଭାରତ । ଭାରତ ଏବଂ ତେଲ୍ ଆଭିଭ ମଧ୍ୟରେ ଫ୍ଲାଇଟ୍ ଯାତାୟତକୁ ରୋକିବା ପାଇଁ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର । ୟେମେନ, ସିରିଆ ଏବଂ ଇରାକରୁ କାର୍ୟ୍ୟ କରୁଥିବା ଇରାନ ଏବଂ ଏହାର ପ୍ରକ୍ସିମାନେ ଶନିବାର ରାତିରେ ଇସ୍ରାଏଲ ଉପରେ ୨୦୦ ରୁ ଅଧିକ ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି । ଏଥିରେ ଡର୍ଜନରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ମଧ୍ୟ ସାମିଲ ରହିଛି ।

ରିପୋର୍ଟ ଅନୁସାରେ, ଭାରତ-ଇସ୍ରାଏଲ ମଧ୍ୟରେ ବିମାନ ଚଳାଚଳ ରଦ୍ଦ ହେବା ନେଇ ଯଥେଷ୍ଟ ସମ୍ଭାବନା ଦେଖାଦେଇଛି । ତେଲ୍ ଆଭିଭ ବିମାନବନ୍ଦରରେ ଭାରତର ଏକ ‘ଏୟାର ଇଣ୍ଡିଆ’ ବିମାନ ସଫଳତାର ସହ ଲ୍ୟାଣ୍ଡ କରିଛି । ଇଆଇ ଏଆଇ ଏବଂ ଏୟାର ଇଣ୍ଡିଆ ଉଭୟ ଦେଶ ମଧ୍ୟରେ ବିମାନ ସେବା ଯୋଗାଉଛନ୍ତି । ସେପଟେ ଭାରତର ଦୁଇ ପ୍ରମୁଖ ଏୟାର ଲାଇନ୍ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଇରାନ୍ ଏୟାରସ୍ପେସରୁ ଦୂରେଇ ରହିବାକୁ ଘୋଷଣା କରିସାରିଛନ୍ତି । ତେଣୁ ଏବେ ଏହି ଦୁଇ ଏୟାର ଲାଇନ୍ ୟୁରୋପ ଏବଂ ଆମେରିକା ଯାତାୟତ ପାଇଁ ପଥ ପରିବର୍ତ୍ତନ କରିଛନ୍ତି । ଯାତ୍ରୀ ତଥା ବିମାନର ସଦସ୍ୟମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଉଭୟ କମ୍ପାନୀ ।

ଏପ୍ରିଲ ୧୨ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କୁ ଇରାନ୍-ଇସ୍ରାଏଲ ଯାତ୍ରା ନ କରିବାକୁ ପରାମର୍ଶ ଦେଇଥିଲେ । ଏକ ଯାତ୍ରା ପରାମର୍ଶଦାତା ଜାରି କରି ପରବର୍ତ୍ତୀ ସୂଚନା ନହେବା ପର୍ୟ୍ୟନ୍ତ ଉଭୟ ଦେଶ ଭ୍ରମଣରୁ ନିବୃତ୍ତ ରହିବାକୁ କହିଥିଲେ ସରକାର । ତେବେ ଇସ୍ରାଏଲରେ ଥିବା ଲୋକମାନଙ୍କୁ ମନ୍ତ୍ରଣାଳୟ ଆଗକୁ ଇରାନ କିମ୍ବା ଭାରତୀୟ ଦୂତାବାସଙ୍କ ସହ ଯୋଗାଯୋଗ କରିବାକୁ ଏବଂ ପଞ୍ଜିକରଣ କରିବାକୁ କୁହାଯାଇଛି । ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।

Get real time updates directly on you device, subscribe now.