fbpx

(Video)ଗୁପଚୁପ୍ ଖାଇବା ପରେ ଖୁସିରେ ଏପରି ନାଚିଲେ ବିକି କୌଶଲ, ଇଣ୍ଟରନେଟ୍‌ରେ ଛାଇଗଲା ମଜାଦାର ଭିଡିଓ

ଓଡ଼ିଶା ଭାସ୍କର: ଅଭିନେତା ବିକି କୌଶଲଙ୍କ ଭିଡିଓ ସୋସିଆଲ ମିଡିଆରେ ପ୍ରାୟ ସମୟରେ ଛାଇ ହୋଇ ରହିଥାଏ । ପଞ୍ଜାବୀ ଗୀତରେ ବିକିଙ୍କ ଡ୍ୟାନ୍ସ ମୁଭମେଣ୍ଟ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ଏବେ କିନ୍ତୁ ବିକି କିଛି ଅଲଗା କରି ଦେଖାଇଛନ୍ତି । ସେ ଗୁପଚୁପ୍ ପାର୍ଟି କରିଥିବାର ନଜର ଆସୁଛନ୍ତି । ଫ୍ୟାନ୍ସଙ୍କୁ ବିକିଙ୍କ ଏହି ଅନ୍ଦାଜ ବହୁତ ପସନ୍ଦ ଆସିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ବିକି ନିଜର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଭିଡିଓରେ ଗୁପଚୁପ୍‌ର ପୁରା ସେଟଅପ୍ ଦେଖିବାକୁ ମିଳୁଛି । ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘ବହୁତ ମାସ ପରେ ଏକ ଚିଟ୍ ମିଲ୍ । ଏହା ମୋର କରିବାର ଥିଲା—ମୁଁ ଆଜି ଖୁସିରେ କାନ୍ଦି ପକାଇବି ।’ ଭିଡିଓରେ ତାଙ୍କ ଏକ୍ସପ୍ରେସନ ଦେଖି ଏହା ସ୍ପଷ୍ଟ ହେଉଛି କି ଗୁପଚୁପ୍ ଖାଇ ସେ କେତେ ଖୁସି ଅଛନ୍ତି । ପୁରା ଇଣ୍ଟରନେଟ୍‌ରେ ତାଙ୍କର ଏହି ଭିଡିଓ ଛାଇ ଯାଇଛି ।

Get real time updates directly on you device, subscribe now.