fbpx

ହ୍ୱାଟ୍ସଆପରେ ସେଟିଂ ବଦଳାଇବାକୁ ଯବାନଙ୍କୁ ଆଲର୍ଟ କଲା ସେନା, ଏଥିରେ ନଜର ରଖିଛି ପାକିସ୍ତାନ !

ନୂଆଦିଲ୍ଲୀ,୨୨ ।୧୧: ହ୍ୱାଟ୍ସଆପ ବ୍ୟବହାରୀଙ୍କ ତଥ୍ୟ ଚୋରୀ ହେଉଥିବା ଖବର ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି । ହ୍ୟାକରମାନେ ଏହି ୱେବସାଇଟକୁ ହ୍ୟାକ୍ କରିବାରେ ବସିଛନ୍ତି । ଖବର ମିଳିଛି କି, ପାକିସ୍ତାନର ଗୁଇନ୍ଦା ବିଭାଗ ହ୍ୱାଟ୍ସଆପ ଜରିଆରେ ଭାରତୀୟ ସେନାଙ୍କ ସମସ୍ତ ତଥ୍ୟ ହାସଲ କରିବାକୁ ଚାହୁଁଛନ୍ତି । ଏନେଇ ସେନା ପକ୍ଷରୁ ଯବାନମାନଙ୍କୁ ଆଲର୍ଟ ଜାରି କରାଯାଇଛି ।

ତେବେ ସେନା ନିଜର ସମସ୍ତ ଯବାନମାନଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଏଥିରେ ହ୍ୱାଟ୍ସଆପ୍ ସେଟିଂ ବଦଳାଇବାକୁ ନିର୍ଦ୍ଦେଶ ଦିଆଯାଇଛ, ଫଳରେ କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ କୌଣସି ବି ଗ୍ରୁପରେ ଆଡ୍ କରିପାରିବେ ନାହିଁ । ସେନାକୁ ଗୁପ୍ତ ସୂଚନା ମିଳିଛି କି, ଭାରତୀୟ ସେନାର ଜଣେ ଯବାନଙ୍କ ନମ୍ବରକୁ ତାଙ୍କର ବିନା ଅନୁମତିରେ ଏକ ଗ୍ରୁପରେ ଆଡ୍ କରାଯାଇଥିଲା । ଏହି ହ୍ୱାଟ୍ସଆପ ଗ୍ରୁପଟି ପାକିସ୍ତାନ ନମ୍ବର ଦ୍ୱାରା ପରିଚାଳିତ ହେଉଥିବା ଜଣାପଡିବା ପରେ ଆଡଭାଇଜରି ଜାରିକରିଥିଲା ସେନା ।

ତେବେ ସେନାର ଯବାନଙ୍କୁ ନିଜ ହ୍ୱାଟ୍ସଆପର କିଛି ସେଟିଂ ବଦଳାଇବାକୁ ପଡିବ । ଆପକୁ ପ୍ରଥମେ ଅପଡେଟ କରି ଆକାଉଣ୍ଟ-ପ୍ରାଇଭେସି-ଗ୍ରୁପକୁ ଯାଇ ନୋ ବଡି(No body)ରେ କ୍ଲିକ୍ କରିବାକୁ ପଡିବ । ଏପରି କରିବା ଦ୍ୱାରା କୌଣସି ଅଜଣା ବ୍ୟକ୍ତି ବିନା ଅନୁମତି ଆପଣଙ୍କ ନମ୍ବର କୌଣସି ଗ୍ରୁପରେ ଆଡ୍ କରିପାରିବ ନାହିଁ ।

Get real time updates directly on you device, subscribe now.