fbpx

କମ୍ ମୂଲ୍ୟରେ ଦିଆଯାଉଛି ପିଆଜ: ରଣେନ୍ଦ୍ର

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ଦର ଘୁ ଘୁ ହୋଇ ବଢିବାରେ ଲାଗିଛି । ପିଆଜ ଦର ବୃଦ୍ଧି ନେଇ ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କେବଳ ୩ଟି ରାଜ୍ୟରେ ପିଆଜ ଦର ଓଡିଶାଠାରୁ କମ୍ ରହିଛି । ଅକ୍ଟୋବର ୨୩ରୁ ୨୫ ଲଗାଣ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କମ୍ ହୋଇଥିଲା । ଏନେଇ ବାହାର ରାଜ୍ୟରୁ ପିଆଜ ଆଣି କମ୍ ମୂଲ୍ୟରେ ଦିଆଯାଉଛି ।’

ତେବେ ପିଆଜକୁ ଚଢା ଦରରେ ବିକ୍ରି କରୁଥିବା କଳାବଜାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରଣେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.