fbpx

ମହାରାଷ୍ଟ୍ରରେ ଉଦ୍ଧବ ହେବେ ସରକାର, ଚାଲିବ ୧୬-୧୫-୧୨ ଫର୍ମୂଲା !

ମୁମ୍ବାଇ,୨୨ ।୧୧: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପି ସହମତି ପ୍ରକାଶ କରିଛନ୍ତି । ସରକାର ଗଠନ ପାଇଁ ୪୫ ମିନିଟ୍ ଧରି ୩ ଦଳ ମଧ୍ୟରେ ଆଲାଚନା ଚାଲିଥିଲା । ଶିବସେନାର ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ୩ ଦଳର ସହମତି ମିଳିଛି । ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର ।


ଆସନ୍ତାକାଲି କଂଗ୍ରେସ, ଏନସିପି ଓ ଶିବସେନା ଦଳ ମିଳିତ ପ୍ରେସମିଟ୍ କରିପାରନ୍ତି । ଏନେଇ ଶରଦ ପାୱାର ଓ ଅଜିତ ପାୱାର ସୋଲାପୁର ଗସ୍ତ ବାତିଲ କରିଛନ୍ତି । ଅନ୍ୟପଟେ ୩ ଦିନିଆ ଦିଲ୍ଲୀ ଗସ୍ତ ବାତିଲ କରିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ।
ଖବର ମିଳିଛି କି, ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ବ୍ୟତିତ ମନ୍ତ୍ରଳାୟରେ ୧୬ଟି ପଦ ମିଳିପାରେ ଯେଉଁଥିରେ ୧୧ଟି କ୍ୟାବିନେଟ୍ ଓ ୫ଟି ରାଷ୍ଟ୍ରମନ୍ତ୍ରୀ ସାମିଲ ହୋଇପାରେ । ଅନ୍ୟପଟେ ଏପସିପି ଭାଗରେ ଉପମୁଖ୍ୟମନ୍ତ୍ରୀ ପଦ ସମେତ ମନ୍ତ୍ରଳାୟର ୧୫ଟି ପଦ ମିଳିପାରେ, ଯେଉଁଥିରେ ୧୧ କ୍ୟାବିନେଟ୍ ଓ ୪ ରାଷ୍ଟ୍ରମନ୍ତ୍ରୀ ପଦ ରହିପାରେ ।

ସେହିପରି କଂଗ୍ରେସକୁ ମନ୍ତ୍ରିମଣ୍ଡଳର ୧୨ଟି ପଦ ମିଳିପାରେ ବୋଲି ସୂତ୍ରରୁ ଖବର ମିଳିଛି । ସେଥିମଧ୍ୟରୁ ୯ଟି କ୍ୟାବିନେଟ୍ ଓ ୩ଟି ରାଜ୍ୟ ମନ୍ତ୍ରୀ ମିଳିପାରେ ବୋଲି ଜଣାପଡିଛି । ଏହା ସହ କଂଗ୍ରେସ ଗୋଟିଏ ଉପମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଚାହୁଁଛୁ । ତେବେ ବିଧାନସଭାର ବାଚସ୍ପତି ପଦ କଂଗ୍ରେସକୁ ମିଳିପାରେ ବୋଲି ଖବର ମିଳିଛି ।

Get real time updates directly on you device, subscribe now.