fbpx

ଦୁଷ୍କର୍ମ, ହତ୍ୟାକୁ ନେଇ ରାଜନୀତି ନହେଉ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ନିଜର ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ମତରେ, ‘ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣାକୁ ନେଇ ରାଜନୀତି ନହେଉ । ମହିଳାଙ୍କ ଉପରେ ଅନ୍ୟାୟ ବରଦାସ୍ତ କରାଯିବନାହିଁ । ୨୦୧୯ରେ ରେଡ୍-ଫ୍ଲାଗରେ ଗିରଫଦାରି ୪୧.୪୮%କୁ ବୃଦ୍ଧି ପାଇଛି । ‘ମୋ ସରକାର’ରେ ଅଭିଯୋଗକାରୀଙ୍କ ଫୋନ ନମ୍ବର ପଞ୍ଜୀକୃତ ହୋଇଛି ।’

ମୁଁ ଦିନି ଶହ ଅଭିଯୋଗକାରୀଙ୍କ ସହ କଥା ହୋଇଛି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ନବୀନ କହିଛନ୍ତି ଯେ, ‘ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ୧୫ ଅଗଷ୍ଟ ୨୦୨୦ ସୁଦ୍ଧା ଅନଲାଇନରେ ସବୁ ସରକାରୀ ମିଳିବ । ଆଗାମୀ ସମୟରେ ଶ୍ରମିକଙ୍କୁ ମଧ୍ୟ ବ୍ୟାଙ୍କ ଖାତା ଜରିଆରେ ଟଙ୍କା ମିଳିବ ।’

Get real time updates directly on you device, subscribe now.