fbpx

୧୦ମ ପାସଙ୍କ ପାଇଁ ସେନାରେ ଚାକିରି ସୁଯୋଗ, ଜାଣନ୍ତୁ ଡିଟେଲ ଏବଂ ଜଲଦୀ କରନ୍ତୁ ଆବେଦନ

ଭାରତୀୟ ସେନାର ସାଉଥ କମାଣ୍ଡ ହେଡକ୍ୱାର୍ଟରରେ ଗ୍ରୁପ୍ ସି ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତିି ଅନୂଯାୟୀ ହେଲ୍ଥ ଇନ୍ସପେକ୍ଟର, ଚୌକିଦାର ଏବଂ ବାରିକ ପଦରେ ନିଯୁକ୍ତି ରହିଛି । ଏଥିପାଇଁ ଅଫଲାଇନ ମୋଡରେ ଆବେଦନ କରିବାକୁ ହେବ ଯାହାର ଶେଷ ତାରିଖ ୬ ଜୁନ୍ ୨୦୨୨ ରହିଛି । ଅବଶ୍ୟ ଚୌକିଦାର ଏବଂ ବାରିକ ପଦ ପାଇଁ ୧୪ ଜୁନ୍ ୨୦୨୨ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ।

ବିଜ୍ଞପ୍ତି ଅନୂଯାୟୀ ୧୧୩ ପୋଷ୍ଟ ପାଇଁ ଆବେଦନ କରିପାରିବେ । ଯେଉଁଥିରେ ହେଲଥ ଇନ୍ସପେକ୍ଟର ପାଇଁ ୫୮, ବାରିକ ପଦବୀ ପାଇଁ ୧୨ ଏବଂ ଚୌକିଦାର ପଦରେ ୪୩ ପୋଷ୍ଟ ରହିଛି ।

ଯୋଗ୍ୟତା: ସେନାର ସୋଉଥ କମାଣ୍ଡ ହେଡକ୍ୱାର୍ଟରରେ ଉପରୋକ୍ତ ପଦରେ ଭର୍ତ୍ତି ପାଇଁ ୧୦ମ ପାସ୍ ଆଶାୟୀ ଆବେଦନ କରିପାରିବେ । ଏହା ସହ ହେଲଥ ଇନ୍ସପେକ୍ଟର ପଦ ପାଇଁ ସାନିଟାରୀ ଇନ୍ସପେକ୍ଟର କୋର୍ସ ସାର୍ଟିଫିକେଟ ମଧ୍ୟ ଅନିବାର୍ଯ୍ୟ । ଅଧିକ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ପଢ଼ିବାକୁ ପରାମର୍ଶ ।

ଆୟୁ ସୀମା: ହେଲଥ ଇନ୍ସପେକ୍ଟର ପଦରେ ଆବେଦନ ପାଇଁ ୧୮ ରୁ ୨୭ ବର୍ଷ ହୋଇଥିବା ଦରକାର, ଏବଂ ବାରିକ କିମ୍ବା ଚୌକିଦାର ପଦରେ ଆବେଦନ କରିବା ପାଇଁ ବୟସ ୧୮ ରୁ ୨୫ ବର୍ଷ ହୋଇଥିବା ଦରକାର ।

ଚୟନ ପ୍ରକ୍ରିୟା: ପଦରେ ଆବେଦନ ପାଇଁ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ଯେଉଁଥିରେ ମଲ୍ଟିପୁଲ ଚଏସ ପ୍ରଶ୍ନ ୧୫୦ ରହିବ ।

Get real time updates directly on you device, subscribe now.