fbpx

ପୃଥ୍ୱୀରାଜ ଚୌହାନ ଭୂମିକାରେ ଅକ୍ଷୟ କୁମାରଙ୍କ ଦମଦାର ଆକ୍ସନ୍: ଦେଖନ୍ତୁ ଟ୍ରେଲର

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୃଥ୍ବୀରାଜର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲର ନିଶ୍ଚୟ ବଲିଉଡ଼ର ସ୍ଥାଣୁତାରେ ଏନର୍ଜି ଆଣିବ। ଗତ କିଛି ଦିନ ଗୋଟିଏ ପରେ ଗୋଟିଏ ସାଉଥ ଫିଲ୍ମ ଯେଉଁଭଳି ଭାବେ ଧମାଲ କରୁଥିଲା ସେଥିରୁ ଲାଗୁଥିଲା ବଲିଉଡ଼ ଯେମିତି ଚିତପଟାଙ୍ଗ ମାରିଲାଣି। ଆଉ ବଲିଉଡ ଫିଲ୍ମରେ ଦମ ଯୋଶ ନାହିଁ। ପୁଷ୍ପା ହେଉ କି କେଜିଏଫ ଟୁ ଆର ଆର ଆର ହିନ୍ଦି ବେଲଟରେ ୫୦୦ କୋଟିର ବ୍ୟବସାୟ କରିବା ସାଉଥ ଫିଲ୍ମର ଲୋକପ୍ରିୟତା ବଢୁଥିବା ଦର୍ଶାଉଥିଲା।

ଲାଗୁଥିଲା ଯେମିତି ଏଥର କେବଳ ସାଉଥ ଡବ ହିଁ ଏଠି ଚାଲିବ। ତେବେ ଆଜି ରିଲିଜ ହୋଇଥିବା ପୃଥ୍ବୀରାଜର ଟ୍ରେଲର ଯେମିତି ମାହୋଲ ତିଆରି କରିଛି ଲାଗୁଛି ଏହି ଫିଲ୍ମ ଏବେ ସାଉଥ ଫିଲ୍ମକୁ ଟକ୍କର ଦେବ। ଅକ ୟଶରାଜ ବ୍ୟାନରରେ ତିଆରି ହୋଇଥିବା ପୃଥ୍ବୀରାଜର ମୁଖ୍ୟ ଭୂମିକାରେ ଅଛନ୍ତି ଅକ୍ଷୟ କୁମାର, ମାନୁଷୀ ଚିଲ୍ଲାର, ସୋନୁ ସୂଦ, ମାନବ ବୀଜ ଓ ସଞ୍ଜୟ ଦତ୍ତ । ଅକ୍ଷୟ କୁମାର ନିଜର ଟ୍ବିଟର ପେଜରେ ଏହାର ଲିଙ୍କ ସେୟାର କରିଥିବା ବେଳେ ଲେଖିଛନ୍ତି ସୌର୍ୟ୍ୟ ଓ ବୀରତା କି ଅମର କାହାନୀ।

ଚନ୍ଦ୍ର ପ୍ରକାଶ ଦ୍ବିବେଦୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ଜୁନ ୩ ତାରିଖରେ ଏହା ହିନ୍ଦି ସହିତ ତାମିଲ ତେଲୁଗୁରେ ରିଲିଜ ହେବ। ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲାର ଏହି ଫିଲ୍ମ ଜରିଆରେ ନିଜର ବଲିଉଡ୍ ପଦାର୍ପଣ କରିଛନ୍ତି । ଏହା ସହିତ ଅକ୍ଷୟ କୁମାରଙ୍କ ବନ୍ଧୁ ଚାନ୍ଦ ବରଦାଇ ଭୂମିକାରେ ଅଛନ୍ତି ସୋନୁ ସୁଦ୍ ।

Get real time updates directly on you device, subscribe now.