fbpx
BJD SKY
BJD SKY

ଏଣିକି ବିଦେଶ ଯାତ୍ରା ସହଜ: ବିନା ଭିସାରେ ଭାରତୀୟମାନେ ୪ଟି ଦେଶ ଭ୍ରମଣ କରିପାରିବେ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏହା ହେଉଛି ପିକନିକର ଋତୁ । ୨୦୨୩ ବର୍ଷ ସରି ଆସୁଥିବାରୁ ସମସ୍ତେ ନୂଆ ନୂଆ ସ୍ଥାନ ଭ୍ରମଣରେ ଯାଇଥାନ୍ତି । ତେବେ ଆପଣମାନେ ଯଦି ଭ୍ରମଣପ୍ରିୟ ତେବେ ଏନେଇ ଆସିଛି ଏକ ଖୁସି ଖବର । ଯଦି ଆପଣମାନେ ବିଦେଶ ଯାତ୍ରା କରିବାକୁ ଇଚ୍ଛୁକ ତେବେ ଏଥିପାଇଁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ । ଆପଣମାନେ ବିନା ଭିସାରେ ୪ଟି ଦେଶ ବୁଲି ପାରିବେ ।

ଯଦି ବିଶ୍ୱର କୌଣସି ଦେଶ ଅନ୍ୟ ଦେଶର ନାଗରିକଙ୍କୁ ଭିସା ଫ୍ରି ଏଣ୍ଟ୍ରି ପାଇଁ ଅନୁମତି ଦେଇଥାଏ ତେବେ ଏ କ୍ଷେତ୍ରରେ ଉକ୍ତ ଦେଶକୁ ପ୍ରବେଶ ପାଇଁ ନାଗରିକଙ୍କୁ ଭିସା ଆବେଦନ କରିବାର ଆବଶ୍ୟକତା ପଡ଼ିନଥାଏ । ଏ କ୍ଷେତ୍ରରେ ପାସପୋର୍ଟ ବା ଅନ୍ୟ କୌଣସି ବୈଧ ଆଇଡି ଜରିଆରେ ଉକ୍ତ ଦେଶରେ ଭ୍ରମଣ କରିହେବ । ତେବେ ପୂର୍ବରୁ ଥାଇଲାଣ୍ଡ, ଶ୍ରୀଲଙ୍କା ଓ ମାଲେଶିଆ ପରି ଦେଶମାନେ ଭାରତୀୟ ନାଗରିକଙ୍କୁ ଭିସା ଫ୍ରି ଏଣ୍ଟି ପ୍ରଦାନ କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ଦେଶ ସେହି ନିଷ୍ପତ୍ତି ନେବାକୁ ଯାଉଛି ।

ସୂଚନା ମୁତାବକ, ଭାରତୀୟ ନାଗରିକଙ୍କୁ ଭିସା ଫ୍ରି ଏଣ୍ଟ୍ରି ପ୍ରଦାନ ଉପରେ ଇଣ୍ଡେନେସିଆ ବିଚାର କରୁଛି । ଆସନ୍ତା ୧ ମାସ ମଧ୍ୟରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିବ । ଭାରତୀୟ ପର୍ଯ୍ୟଟକଙ୍କୁ ନିଜ ଦେଶକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଇଣ୍ଡୋନେସିଆ ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ନିଜର ପର୍ଯ୍ୟଟନ ଓ ଅର୍ଥବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ ଆମେରିକା, ଚୀନ, ଅଷ୍ଟ୍ରେଲିଆ, ଭାରତ, ଦକ୍ଷିଣ କୋରିଆ, ଜର୍ମାନୀ, ବ୍ରିଟେନ ଓ ଫ୍ରାନ୍ସ ସହିତ ୨୦ଟି ଦେଶର ନାଗରିକଙ୍କୁ ଏହି ସୁବିଧା ପ୍ରଦାନ ନେଇ ବିଚାର ଚାଲିଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ପାଖାପାଖି ୧୨୪ ପ୍ରତିଶତ ବୃଦ୍ଧି ପାଇଛି । ଏନେଇ ଇଣ୍ଡୋନେସିଆ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ।

Get real time updates directly on you device, subscribe now.