fbpx

ଆପଲ୍ କମ୍ପାନୀକୁ ବଡ଼ ଝଟକା, ଅବସର ନେବେ ଟଚ୍ ID ଫିଚର ନିର୍ମାଣ କରିଥିବା ଏହି ଅଧିକାରୀ

ଆପଲ୍ କମ୍ପାନୀକୁ ବଡ଼ ଝଟକା । ଟଚ୍ ଆଡଇଡ଼ି ଏବଂ ମଲ୍ଟି ଟଚ୍ ସ୍କ୍ରୀନ୍ ଭଳି ଟେକ୍ନୋଲୋଜିର ସୃଷ୍ଟିକର୍ତ୍ତା ସ୍ଟିଭ୍ ହଟେଲିଂ(Steve Hotelling) ଚାକିରିରୁ ଅବସର ନେବେ । ସ୍ଟିଭ୍‌ଙ୍କ ନାଁରେ ଆପଲ କମ୍ପାନୀରେ ୧୦୦ରୁ ଉର୍ଦ୍ଧ୍ୱ ଡିଜାଇନ୍ ପେଟେଣ୍ଟ ରହିଛି ।
ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ଆପଲ କମ୍ପାନୀରୁ ଅନେକ ଉଚ୍ଚ ପ୍ରୋଫାଇଲ ଥିବା ଅଭିଜ୍ଞ କର୍ମଚାରୀମାନେ ଛାଡ଼ି ଯାଇଥିଲେ ବା ସେମାନଙ୍କୁ କମ୍ପାନୀ ତରଫରୁ ଛଟେଇ କରାଯାଇଥିଲା । ବର୍ତ୍ତମାନ ସ୍ଟିଭ୍ ହଟେଲିଂଙ୍କ ଅବସର ନେବା କମ୍ପାନୀକୁ ଆଉ ଏକ ବଡ଼ ଝଟକା ଦେଇଛି । ତେବେ ଏନେଇ ଆପଲ କମ୍ପାନୀ ତରଫରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ମିଳିନି ।

ଆପଲ୍ କମ୍ପାନୀରେ ହୋଇଥିବା ବିଭିନ୍ନ ଟେକ୍ନୋଲୋଜିର ନବୀକରଣ ସ୍ଟିଭ୍‌ଙ୍କ ପାଇଁ ସମ୍ଭବ ହୋଇପାରିଥିଲା । ସେ କମ୍ପାନୀରେ କ୍ୟାମେରା ଇଂଜିନିୟରିଂର ଇନ୍‌ଚାର୍ଜ ହେବା ସହ ଏଆର୍ ଟେକ୍ନୋଲୋଜି, ହୈପଟିକ୍ ଫିଡ୍‌ବ୍ୟାକ୍ ଏବଂ ପ୍ରୋ ମୋଶନ ଭଳି ଟେକ୍ନୋଲୋଜିର ନିର୍ମାଣ ଦାୟିତ୍ୱରେ ପ୍ରମୁଖ ଭୂମିକା ତୁଲାଇଥିଲେ । ସ୍ଟିଭ୍‌ଙ୍କ ନିରୀକ୍ଷଣରେ iPhoneର ସ୍କ୍ରିନ୍ ଏବଂ ଟଚ୍ ଆଇଡ଼ି ଟେକ୍ନୋଲୋଜି ଉପରେ କାମ ହେଉଥିଲା । ଏହି ସବୁ ଟେକ୍ନୋଲୋଜି ପାଇଁ ଆଜି ଆପଲ୍ ସ୍ମାର୍ଟଫୋନ୍ ମାର୍କେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କହିରଖୁଛୁ ସ୍ଟିଭ୍ ଦୁଇ ଦଶନ୍ଧି ଧରି ଆପଲ୍ ସହ ଜଡ଼ିତ ଅଛନ୍ତି । ସେ ସେହି ସମୟରେ କମ୍ପାନୀ ଛାଡ଼ୁଛନ୍ତି ଯେତେବେଳେ କମ୍ପାନୀର ହାର୍ଡ଼ୱେର୍ ଟିମ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଉପରେ କାର୍ଯ୍ୟ କରୁଛି । ତେବେ ଯଦି ସ୍ଟିଭ୍ ଅବସର ନିଅନ୍ତି କମ୍ପାନୀଙ୍କୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ।

Get real time updates directly on you device, subscribe now.