fbpx

ଭାରତୀୟ ବଜାରରେ ବିକ୍ରି ହେଉଛି ଚାଇନାର ନକଲି ରସୁଣ, ଯାହା ସ୍ୱାସ୍ଥ୍ୟ ପାଇଁ ଅତି ଭୟଙ୍କର: ଯାଞ୍ଚ ଦାବି କଲେ ଆମେରିକା ସାଂସଦ

ନୂଆଦିଲ୍ଲୀ: ନକଲି ସାମଗ୍ରୀ ତିଆରି କରିବାରେ ମାହିର ଥିବା ଚୀନ୍ ବର୍ତ୍ତମାନ ନକଲି ରସୁଣ ତିଆରି କରୁଛି କି? ତେବେ ଏହି ବିଷୟ ସମ୍ବନ୍ଧୀୟ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା, ଯେଉଁଥିରେ ଚାଇନାର ‘ନକଲି ରସୁଣ’ ପ୍ରସଙ୍ଗ ଉନ୍ମୋଚିତ ହୋଇଥିଲା। ଭାରତୀୟ ବଜାରରେ ଏହି ନକଲି ରସୁଣ ବିକ୍ରି ହେଉଥିବା ନେଇ ଖୁବ ଚର୍ଚ୍ଚା ହେଉଛି। ଯାହା ଦେଖିବାକୁ ବହୁତ ଧଳା ଏବଂ ସୁନ୍ଦର। କିନ୍ତୁ ଏଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଭୟଙ୍କର ହୋଇପାରେ ବୋଲି କୁହାଯାଉଛି। ତେବେ ଅନ୍ୟପଟେ ଏହି ପ୍ରସଙ୍ଗରେ ଆମେରିକାର ସାଂସଦ ଚୀନ୍‌ରୁ ରସୁଣ ଆମଦାନୀକୁ ଜାତୀୟ ସୁରକ୍ଷା ଉପରେ କି ପ୍ରଭାବ ପକାଇବ ସେନେଇ ଏକ ସରକାରୀ ତଦନ୍ତ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ରିପବ୍ଲିକାନ୍ ସାଂସଦ ରିକ୍ ସ୍କଟ୍ ବାଣିଜ୍ୟ ସଚିବଙ୍କୁ ଏକ ଚିଠି ଲେଖି ଚାଇନାର ରସୁଣ ଅସୁରକ୍ଷିତ ବୋଲି ଦର୍ଶାଇ ତଦନ୍ତ ଦାବି କରିଛନ୍ତି। ଏଥିସହ ସେହି ରସୁଣ ସବୁ ଅପରିଷ୍କାର ପ୍ରଣାଳୀରେ ଉତ୍ପାଦନ ହେଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏଥିରେ ସାଂସଦ ସ୍କଟ୍ ବିଭିନ୍ନ ପ୍ରକାରର ରସୁଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ ଯାହାକୁ ଧ୍ୟାନ ଦେବା ଉଚିତ୍। ଅନ୍ୟପଟେ ବୈଜ୍ଞାନିକ ପ୍ରସଙ୍ଗକୁ ଲୋକପ୍ରିୟ ତଥା ବ୍ୟାଖ୍ୟା କରିବାକୁ ଚେଷ୍ଟା କରୁଥିବା ମ୍ୟାକଗିଲ୍ ୟୁନିଭର୍ସିଟିର Office for Science and Society କହିଛି ଯେ ଚାଇନାରେ ଉତ୍ପାଦନ ହେଉଥିବା ଏହି ରସୁଣ ବିଷୟରେ କୌଣସି ପ୍ରମାଣ ନାହିଁ। ତେବେ ବିଶ୍ୱର ସର୍ବବୃହତ ରପ୍ତାନୀକାରୀ ଚାଇନା ରସୁଣର ଆମେରିକା ଏକ ପ୍ରମୁଖ ଗ୍ରାହକ। କିନ୍ତୁ ଏହି ବାଣିଜ୍ୟ ଦୀର୍ଘ ବର୍ଷ ଧରି ବିବାଦୀୟ ହୋଇଆସୁଥିବା ଦେଖିବାକୁ ମିଳୁଛି।

ନକଲି ରସୁଣକୁ କିପରି ଚିହ୍ନିବେ:-
ଯଦି ଆପଣ ଚାଇନାର ନକଲି ରସୁଣ ଚିହ୍ନଟ କରିବାକୁ ଚାହୁଁଛନ୍ତି, ଏହାର ପଦ୍ଧତି ଅତି ସହଜ। ବଜାରରେ ବିକ୍ରି ହେଉଥିବା ଏହି ନକଲି ରସୁଣ ଦେଖିବାକୁ ବହୁତ ଧଳା ଅଟେ। ଏଗୁଡ଼ିକରେ କୌଣସି ଦାଗ ଦେଖାଯିବ ନାହିଁ। ତାହାକୁ ଚିହ୍ନିବା ପାଇଁ, ରସୁଣଟିକୁ ଓଲଟାନ୍ତୁ। ଯଦି ଏହାର ନିମ୍ନ ଭାଗରେ ଦାଗ ଦୃଶ୍ୟମାନ ହୁଏ ତେବେ ଏହାର ଅର୍ଥ ହେଉଛି ଏହା ପ୍ରକୃତ ଅଟେ।
ଯଦି ଏହା ପଛରେ ସମ୍ପୂର୍ଣ୍ଣ ଧଳା ଦାଗ ରହିଛି, ତାହାଲେ ତାହା ଚାଇନାର ବିଷାକ୍ତ ନକଲି ରସୁଣ। ଏଣୁ ସେସବୁ କିଣିବା ଠାରୁ ଦୂରେଇ ରୁହନ୍ତୁ।

Get real time updates directly on you device, subscribe now.