fbpx
BSKY
BJD MS SKY
BJD YOUTH SKY

୩ ନୂଆ ଚେହେରା ହେବେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ! ବିଜେପିର ରାଜନୈତିକ ଇତିହାସରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ବିଜେପି ୩ଟି ରାଜ୍ୟରେ ବହୁମତ ହାସଲ କରିଥିଲା । ଅନ୍ୟପକ୍ଷରେ କଂଗ୍ରେସ ୧୧୯ଟି ଆସନ ମଧ୍ୟରୁ ୬୪ଟି ରେ ଜିତି ତେଲେଙ୍ଗାନାରେ ସରକାର ଗଠନ କରିଛି । ବିଜେପି ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୬୩ଟିରେ, ରାଜସ୍ଥାନର ୧୯୯ଟି ଆସନରୁ ୧୧୫ଟିରେ ଓ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ୫୪ଟିରେ ଜିତିଛି ।

ତେବେ ଗତ ୩ ତାରିଖରେ ଫଳାଫଳ ଘୋଷଣା ହୋଇଥିବା ବେଳେ ଏହା ମଧ୍ୟରେ ୫ ଦିନ ବିତିଯାଇଛି । ତଥାପି କିଏ କେଉଁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବ ସେନେଇ କିଛି ନିଷ୍କର୍ସ ବାହାରି ପ।।ରିନାହିଁ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବାରୁ ସେନେଇ ବିଜେପି ଦେଖିଚାହିଁ ଗୋଟି ଚାଳନା କରୁଛି । ଏହା ମଧ୍ୟରେ ଦଳ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ପାଇଁ ୩ ଜଣ ଲେଖାଏଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି । ଏହି ନେତାମାନେ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବାଛିବେ ।

ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନରେ ବିଳମ୍ବ ଘଟୁଥିବାରୁ ଅନେକ ବଡ଼ ବଡ଼ ନେତାଙ୍କର ହୃଦ ସ୍ପନ୍ଦନ ବଢ଼ିବାରେ ଲାଗିଛି । କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, କାହାର ପତ୍ତା ସଫା ହେବ ତାହାକୁ ନେଇ ଏବେ ଚର୍ଚ୍ଚା ବଢ଼ିଯାଇଛି । ତେବେ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବିଜେପି ୫ ଦିନରୁ ଅଧିକ ସମୟ ନେଇଛି । ତେବେ ବିଜେପିର ଅତୀତର ରାଜନୈତିକ ରଣନୀତି କିଛି ନୂଆ ସଙ୍କେତ ଦେଉଛି । ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଯେତେବେଳେ ବି ଦଳ ୫ ଦିନରୁ ଅଧିକ ସମୟ ନେଇଛି ସେତେବେଳେ ରାଜ୍ୟକୁ ଜଣେ ନୂଆ ଚେହେରା ମିଳିଥିବା ବିଜେପିର ଇତିହାସ କହୁଛି ।

୨୦୧୭ରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ବିଜେପି ୯ ଦିନରୁ ଅଧିକ ସମୟ ନେଇଥିଲା । ସେ ସମୟରେ ରାଜନାଥ ସିଂହ, ମନୋଜ ସିଂହ୍ନାଙ୍କ ପରି ବଡ଼ ନେତାମାନେ ମୁଖ୍ୟମନ୍ତ୍ରୀ ରେସରେ ରହିଥିଲେ ହେଁ ଦଳ ମହନ୍ତ ଯୋଗୀ ଆଦିତ୍ୟ ନାଥଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା । ସେହିପରି ସେହିବର୍ଷ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଜିତିବା ପରେ ସିଏମ୍ ବାଛିବା ପାଇଁ ଦଳ ୮ ଦିନ ସମୟ ନେଇଥିଲା । ରେସରେ ବିଏସ ଖଣ୍ଡୁରୀ, ରମେଶ ପୋଖରିଆଲ ନିଶଙ୍କଙ୍କ ପରି ପୁରୁଖା ନେତାମାନେ ରହିଥିବା ବେଳେ ଦଳ ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ୨୦୧୭ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଦଳ ୭ ଦିନ ସମୟ ନେଇଥିଲା । ସେଥର ମଧ୍ୟ ଦଳ ନୂଆ ଚେହେରାଙ୍କୁ ସିଏମ୍ ଗାଦିରେ ବସାଇଥିଲା । ସେହିପରି ୨୦୧୪ରେ ହରିୟାଣାରେ ନୂଆ ଚେହେରା ଭାବେ ଦଳ ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଫଳାଫଳ ଘୋଷଣା ହେବାର ୫ ଦିନ ମଧ୍ୟରେ ଦଳ ଅଧିକାଂଶ ଥର ପୁରୁଣା ଚେହେରାଙ୍କୁ ରିପିଟ୍ କରିଥିବାର ଦେଖାଯାଇଛି । ଏହାର ଉଦାହରଣ ହରିୟାଣା, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ପୂର୍ବରୁ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.