fbpx
BSKY
BJD SHG SKY
BJD MC SKY

ଆଜି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଏପରି ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଶ୍ରୀମତି ସୋନିଆ ଗାନ୍ଧୀଙ୍କୁ ତାଙ୍କ ଜନ୍ମଦିନରେ ଢେର ଶୁଭେଚ୍ଛା । ଈଶ୍ୱର ତାଙ୍କୁ ଦୀର୍ଘାୟୁ ଓ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ।’

ସେହିପରି କଂଗ୍ରେସ ଏହାର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭକାମନା ଜଣାଇ ଲେଖିଛି, ସେହି ବ୍ୟକ୍ତିଙ୍କୁ ତାଙ୍କ ଜନ୍ମଦିନରେ ଶୁଭକାମନା ଯିଏ ସତ୍ୟନିଷ୍ଠା, କରୁଣା ଓ ସାହାସ ପରି ଉଚ୍ଚତମ ଗୁଣର ପ୍ରତୀକ ଅଟନ୍ତି ।’

ଏହା ବ୍ୟତିତ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ସୋନିଆଙ୍କୁ ଶୁଭକାମନା ଜଣାଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି । ଏହା ବ୍ୟତିତଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ସୋନିଆଙ୍କୁ ଶୁଭ କାମନା ଜଣାଇ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ କି ୯ ଡିସେମ୍ବର ୧୯୪୬ରେ ସୋନିଆ ଗାନ୍ଧୀ ଇଟାଲୀରେ ଜନ୍ମଗ୍ରହଣ କରିଥିଲେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା କାରଣରୁ ସେ କିଛି ଦିନ ଧରି ସକ୍ରିୟ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।

Get real time updates directly on you device, subscribe now.