fbpx

ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି କି ? SGB Schemeରେ କରିପାରନ୍ତି ନିବେଶ

ଆପଣ ସୁନାରେ ନିବେଶ କରିବା ନେଇ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସରକାରଙ୍କ ତରଫରୁ ମିଳିପାରେ ବଡ଼ ସୁଯୋଗ । ଅର୍ଥମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ସୋଭେରେନ୍ ଗୋଲ୍ଡ ବଣ୍ଡ୍ ସ୍କିମ୍‌(Sovereign Gold Bond Scheme) ୨୦୨୩-୨୪ର ୩ୟ ଏବଂ ୪ର୍ଥ କିସ୍ତି ଚଳିତ ବର୍ଷ ଡିସେମ୍ବର ଏବଂ ଆଗାମୀ ବର୍ଷ ଫେବୃଆରୀରେ ଜାରି କରାଯିବ । ଡିସେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ୩ୟ କିସ୍ତି ଏବଂ ୨୦୨୪ରେ ଫେବୃଆରୀ ୧୨ରୁ ୨୪ ମଧ୍ୟରେ ୪ର୍ଥ କିସ୍ତିରେ ନିବେଶ ସୁବିଧା ଉପଲବ୍ଧ ହେବ ।

Sovereign Gold Bond Scheme (SGB) ର ବିଶେଷତ୍ୱ

ଯେଉଁମାନେ ଅନ୍‌ଲାଇନ୍ ମଧ୍ୟମରେ Sovereign Gold Bond Scheme ରେ ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ନିବେଶ ମୂଲ୍ୟ(Issue price) ଉପରେ ଗ୍ରାମ ପିଛା ୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଏହି ସ୍କିମ୍ ଅନ୍ତର୍ଗତ ଆପଣ ୮ ବର୍ଷ ପାଇଁ ନିବେଶ କରିପାରିବେ । ଏଥିରେ ୫ ବର୍ଷ ପରେ ଏଗଜିଟ୍ କରିବାର ବିକଳ୍ପ ମଧ୍ୟ ଉପଲବ୍ଧ । ୨୦୧୫ ନଭେମ୍ବରରେ ପ୍ରଥମ ଥର ପାଇଁ ସରକାର ଏହି ସ୍କିମ୍ ଆରମ୍ଭ କରିଥିଲେ । SGBରେ ନିବେଶ କରିଲେ ଆପଣଙ୍କୁ ପ୍ରତି ବର୍ଷ ୨.୫୦% ସୁଧହାରର ଲାଭ ମିଳିଥାଏ କିନ୍ତୁ ଏହି ସୁଧହାର ୬ ମାସରେ ଥରେ ଦିଆଯାଇଥାଏ ।

କେଉଁମାନେ SGBରେ ନିବେଶ କରିପାରିବେ ?

SGB ସ୍କିମ୍ RBI ତରଫରୁ ଜାରି କରାଯାଇଛି । ଏହି ସ୍କିମ୍ ଅନ୍ତର୍ଗତ ଗୋଟିଏ ବର୍ଷରେ ସର୍ବନିମ୍ନ ୧ ଗ୍ରାମରୁ ସର୍ବାଧିକ ୪ ଗ୍ରାମ ପର୍ଯ୍ୟନ୍ତ ସୁନା କିଣି ପାରିବେ । ସେହିପରି କୌଣସି ଟ୍ରଷ୍ଟ କିମ୍ବା ସଂସ୍ଥାମାନଙ୍କୁ ବର୍ଷରେ ୨୦ କିଲୋ ସୁନା କିଣିପାରିବେ ।

କେତେ ରହିଛି ନବେଶ ମୂଲ୍ୟ ?

RBI ତରଫରୁ ଜାରି କରାଯାଇଥିବା ୩ୟ ଏବଂ ୪ର୍ଥ ସିରିଜରେ ନିବେଶ କରିବାର ତାରିଖ ଘୋଷଣା କରାଯାଇଛି । IBJAର ୩ ଦିନର ହାରାହାରି ସୁନା ମୂଲ୍ୟ ଅନୁଯାୟୀ ନିବେଶ ମୂଲ୍ୟ ସ୍ଥିର ହେବ । ଅପରପକ୍ଷରେ ଡିଜିଟାଲ ମାଧ୍ୟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ତରଫରୁ ୫୦% ପର୍ଯ୍ୟନ୍ତି ରିହାତି ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
Sovereign Gold Bond Scheme ଅନ୍ତର୍ଗତ ସୁନା କିଣିବା ପାଇଁ SHCIL, NSE, BSE ଭଳି ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ପୋଷ୍ଟ ଅଫିସ୍ ଏବଂ କମର୍ସିଆଲ ବ୍ୟାଙ୍କ ସହ ସମ୍ପର୍କ କରିପାରିବେ । ଏଥିପାଇଁ KYC ଏବଂ ପାନ୍‌କାର୍ଡ଼ ଥିବା ଜରୁରି ।

Get real time updates directly on you device, subscribe now.