fbpx
BSKY SKY
BSKY SKY

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ପରଲୋକ: କାନପୁର ସହିତ ରହିଥିଲା ଖାସ୍ ସମ୍ପର୍କ

BSKY

ନୂଆଦିଲ୍ଲୀ: ନିକଟରେ ଦିନିକିଆ ବିଶ୍ୱକପ କ୍ରିକେଟ ସମାପ୍ତ ହୋଇଥିବା ବେଳେ ଏହା ମଧ୍ୟରେ କ୍ରୀଡ଼ା ଜଗତରୁ ଆସିଛି ଏକ ଦୁଃଖ ଖବର । ଜଣେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରଙ୍କ ବିୟୋଗ ଘଟିଛି । ଏହି ଖବର ବିଶ୍ୱର ବିଭିନ୍ନ ଦେଶର ବହୁ କ୍ରିକେଟର ଓ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଭରି ଦେଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଉତ୍ତରପ୍ରଦେଶର କାନପୁର ସହିତ ମୃତକଙ୍କର ସ୍ୱତନ୍ତ୍ର ସମ୍ପର୍କ ରହିଥିଲା ।

ସୂଚନା ମୁତାବକ, ୱେଷ୍ଟଇଣ୍ଡିଜର ପୂର୍ବତନ ବ୍ୟାଟ୍ସମ୍ୟାନ ଜୋ ସୋଲୋମନଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ଜୋ’ଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ୧୯୫୮ରୁ ୧୯୬୫ ମଧ୍ୟରେ ନିଜ କ୍ୟାରିୟର ମଧ୍ୟରେ ୨୭ଟି ଟେଷ୍ଟ ମ୍ୟାଚ ଖେଳିବା ସହିତ ୩୪ ଆଭରେଜରେ ୧୩୨୬ ରନ ସଂଗ୍ରହ କରିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟ ବିଳମ୍ବରେ ଶୁଭାରମ୍ଭ କରିଥିଲେ । ୨୬ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀ ଖେଳିବା ଆରମ୍ଭ କରିଥିଲେ କମ୍ ସମୟ ମଧ୍ୟରେ ବିଶ୍ୱସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଥିଲେ ।

୧୯୬୦ ମସିହାରେ ଗାବାରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଜୋ’ ଦୁର୍ଭାଗ୍ୟବଶତଃ ରନ୍ ଆଉଟ୍ ହୋଇଯାଇଥିଲେ । ଫଳରେ ପ୍ରଥମ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚ ଟାଇ ହୋଇଥିବାର ସାରା ବିଶ୍ୱ ଦେଖିଥିଲା । ତେବେ ଜୋ’ ଜଣେ ୱେଷ୍ଟଇଣ୍ଡିଜ କ୍ରିକେଟର ହୋଇଥିଲେ ହେଁ ଭାରତର କାନପୁର ସହିତ ତାଙ୍କର ଖାସ୍ ସମ୍ପର୍କ ରହିଥିଲା । ୧୯୫୮ରେ ଭାରତ ଗସ୍ତ ପାଇଁ ୱେଷ୍ଟଇଣ୍ଡିଜ ଟିମରେ ପ୍ରଥମ ଥର ପାଇଁ ଜୋ ସ୍ଥାନ ପାଇଥିଲେ । ଏହି ଅବସରରେ ସେ କାନପୁର ଗ୍ରୀନ ପାର୍କ ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ସେ ପ୍ରଥମ ପାଳିରେ ୪୫ ଓ ଦ୍ୱିତୀୟ ପାଳିରେ ୮୬ ରନ୍ ସଂଗ୍ରହ କରିଥିଲା । ଜୋ’ଙ୍କର ଏହି ପ୍ରଦର୍ଶନ ଫଳରେ ୱେଷ୍ଟଇଣ୍ଡିଜ ୨୦୩ରେ ବିଜୟ ହାସଲ କରିପାରିଥିଲା ।

Get real time updates directly on you device, subscribe now.